Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Inspiration / ଆଦିବାସୀ ଗାଁର ଝିଅ ଜାମିନୀ ! ସମସ୍ତଙ୍କ ପାଇଁ ଏବେ ପ୍ରେରଣା...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଆଦିବାସୀ ଗାଁର ଝିଅ ଜାମିନୀ ! ସମସ୍ତଙ୍କ ପାଇଁ ଏବେ ପ୍ରେରଣା...

Key Points

ଉପାନ୍ତ ଜଙ୍ଗଲିଆ ଗାଁରେ ଜନ୍ମ ହୋଇ ଆଜି ସାରା ଓଡ଼ିଶାରେ ଜାମିନୀ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଆଉ ସେଇ ଝିଅ ପାଇଁ ବାପା-ମାଆଙ୍କ ଛାତି ଗର୍ବରେ ଫାଟିପଡ଼ୁଛି ।

କଥାରେ ଅଛି ନା... ତୁଳସୀ ଦୁଇ ପତ୍ରରୁ ବାସେ । ଠିକ୍ ସେମିତି ଉପାନ୍ତ ଗାଁର ଝିଅ ଜାମିନୀ । ଯୋଉ ଗାଁକୁ ଭଲ ରାସ୍ତା ଟିଏ ନାହିଁ । ଯୋଉ ଗାଁରେ ଆଜି ବି ଟାଇଲି ଘରେ ରୁହନ୍ତି ଲୋକେ । ସେଇ ଗାଁର ଝିଅ ଜାମିନୀ ଝାଙ୍କର । ନୂଆପଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗାଁ ସାନବାହାଲିରେ ହିଁ ତାଙ୍କର ଜନ୍ମ । ଏଇ ଗାଁର ଝିଅ ଜାମିନୀ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ।

ତାଙ୍କ ପାଇଁ ଆଜି ସାରା ଗାଁ ଗର୍ବିତ । ଯୋଉ ଗାଁର ପିଲା.. ସ୍କୁଲ ଯିବା କଥା ଚିନ୍ତା ବି କରନ୍ତିନି... ସେଇ ଗାଁର ଝିଅ ଆଜି PHD ଶେଷ କରିଛନ୍ତି । ବଣ ମଲ୍ଲୀ ଭଳି ସୁନାବେଡ଼ା ଅଭୟାରଣ୍ୟରେ ଉଭା ହୋଇଛନ୍ତି ଜାମିନୀ । ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏହି ଗାଁ । ପ୍ରୋକୃତିକ ସୌନ୍ଦର୍ଯ୍ୟରେ ଭରପୁର । ହେଲେ ସହର ଭଳି ବିକାଶିତ ହୋଇପାରିନି । ଗାଁରେ ପିଲାଙ୍କ ପାଠ ପଢ଼ା ପାଇଁ ଅଙ୍ଗନବାଡ଼ି ହିଁ ସାହା ଭରସା । ସେଇ ଉପାନ୍ତ ଜଙ୍ଗଲିଆ ଗାଁରେ ଜନ୍ମ ହୋଇ ଆଜି ସାରା ଓଡ଼ିଶାରେ ଜାମିନୀ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଆଉ ସେଇ ଝିଅ ପାଇଁ ବାପା-ମାଆଙ୍କ ଛାତି ଗର୍ବରେ ଫାଟିପଡ଼ୁଛି ।

ବାପା ମାଆ କହନ୍ତି ସିଏ ଆମର ଝିଅ ନୁହେଁ । ଆମ ପାଇଁ ସେ ପୁଅ ବି । ଆମର ସେ ଗର୍ବ । ଆମର ସେ ଗୌରବ ।

ଜାମିନୀ ହେଉଛନ୍ତି ଚକୋଟିଆ ଭୁଂଜିଆ ସମ୍ପ୍ରଦାୟରେ ପ୍ରଥମ PHD ଅଧିକାରୀ । ପିଲାଟି ଦିନରୁ ତାଙ୍କର ପାଠ ପଢ଼ା ପ୍ରତି ଢ଼େର ଆଗ୍ରହ ଥିଲା । ତାଙ୍କ ବାପା ଏହା ଜାଣିପାରି.. ଝିଅ ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କଲେ । ଝିଅର ସ୍ନାତକ ସରିବା ପରେ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ପଠାଇଲେ । ଆଉ ଝିଅ... ବାପା ମାଆଙ୍କ ସ୍ୱପ୍ନ ସାକାର କଲା । ଯେତେ ଦୁଃଖ କଷ୍ଟ ସହି ବାପା ମାଆ ତାଙ୍କୁ ପାଠ ପଢ଼ାଇଥିଲେ, ସେଇ ଦୁଃଖ ଆଜି ତାଙ୍କର ଲାଘବ ହେଲା ।

ବୈଦିକ ଚିକିତ୍ସା ଉପରେ ଗବେଷଣା କରି PHD କମ୍ପ୍ଲିଟ କରିଛନ୍ତି ଯାମିନୀ ଝାଙ୍କର । PHD ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ଆୟୁର୍ବେଦିକ ଡାକ୍ତର, ବୈଦ୍ୟରାଜମାନଙ୍କୁ ଦେଖା କରି ଗବେସଣା କରିଥିଲେ । ବର୍ତ୍ତମାନ PHD ସରିବା ପରେ ପରିବାରରେ ଖୁସିର ଲହରି ଖେଳି ଯାଇଛି । ତାଙ୍କର ସଫଳତାକୁ ଦେଖି ଅନ୍ୟମାନେ ମଧ୍ୟ ପ୍ରେରଣା ପାଇବେ ବୋଲି କହିଛନ୍ତି ତାଙ୍କର ମାମୁଁ ଯୁବରାଜ ଛତ୍ରୀଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Inspiration | Jamini, the daughter of a tribal village! An inspiration for everyone now... | Argus News