Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିମାନବନ୍ଦରରୁ ଜନତା ମଇଦାନ, ବିଶାଳ ରୋଡ ସୋ କରିବେ ମୋଦି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିମାନବନ୍ଦରରୁ ଜନତା ମଇଦାନ, ବିଶାଳ ରୋଡ ସୋ କରିବେ ମୋଦି

Key Points

୫ଟା୫୦ରେ ସ୍ଵତନ୍ତ୍ର ବିମାନ ଯୋଗେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ପାଇଁ ଅନେକ ପ୍ରକଳ୍ପର କରିପାରନ୍ତି ଘୋଷଣା ।

ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାପ୍ରତି ମୋଦିଙ୍କର ରହିଛି ଅନେକ ଭଲପାଇବା ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଆସିଛି । ଜୁନ ୨୦ରେ ଜନତା ମଇଦାନରେ ଓଡ଼ିଶାକୁ ବହୁ ପ୍ରକଳ୍ପ ଭେଟି ଦେବେ । ବିମାନବନ୍ଦରରୁ ଜନତା ମଇଦାନ ଯାଏ ବିଶାଳ ରୋଡ ସୋ'ର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୋଦି ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିବେ । ୫୦ ହଜାର ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ । ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ପିଏମ ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୨୦ ତାରିଖ ଅପରାହ୍ନ ୩ ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବେ । ୩ ଟା ୪୫ ରୁ ୪ ଟା ୧୫ ଯାଏ ବିମାନବନ୍ଦରରୁ ଜନତା ମଇଦାନ ଯାଏ କରିବେ ବିଶାଳ ରୋଡ ସୋ । ଅପରାହ୍ନ ସାଢେ ପାଞ୍ଚଟା ଯାଏ ବିଜେପି ସରକାରର ପ୍ରଥମ ବର୍ଷ ପୁର୍ତ୍ତି ସମାରୋହରେ ଉପସ୍ଥିତ ରହିବେ ମୋଦି ।

୫ ଟା ୫୦ରେ ସ୍ଵତନ୍ତ୍ର ବିମାନ ଯୋଗେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଶା ପାଇଁ ଅନେକ ପ୍ରକଳ୍ପର କରିପାରନ୍ତି ଘୋଷଣା। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ ସହ ପ୍ରାୟ ୧୦୦ ଜଣ ମହାପରୁଷଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯିବ ।

ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାପ୍ରତି ମୋଦିଙ୍କର ରହିଛି ଅନେକ ଭଲପାଇବା । ଜାନୁଆରୀ ୨୮ରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେଇ ମୋଦି କହିଥିଲେ ସ୍ୱାଧୀନ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାକୁ ସର୍ବାଧିକ ଥର ଗସ୍ତରେ ଆସିଛି । ଦେଶର ସମସ୍ତ ପ୍ରଧାନମନ୍ତ୍ରୀ ଯେତେ ଥର ଓଡ଼ିଶା ଆସିଛନ୍ତି ତାଠୁ ମୁଁ ଅଧିକ ଥର ଆସିଛି । ସେହିପରି ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ନିବେଶକଙ୍କୁ ଆହ୍ବାନ ଦେଇ କହିଥିଲେ ଓଡ଼ିଶାରେ ନିବେଶ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ଏହା ମୋଦିର ଗ୍ୟାରେଣ୍ଟି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଥିଲେ ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ମଧ୍ୟ ସେଇ ବିଶ୍ୱାସକୁ ବଜାୟ ରଖିବା ଲାଗି ଓଡିଶା ସହ ଚଟାଣ ଭଳି ଛିଡ଼ା ହୋଇଛନ୍ତି । ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେଉ କି ସୁଭଦ୍ରା ସମାରୋହ, ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରତିଥର ଦର୍ଶାଇଛନ୍ତି । ଏବେ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କଣ କହିବେ ମୋଦି ତାକୁ ସମସ୍ତଙ୍କ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Janata Maidan to airport, Modi will hold a huge road show | Argus News