ଜନତା ରୋକଠୋକ କହିଲେ, ପାଣି ଦିଅ ଭୋଟ ନିଅ

ବଲାଙ୍ଗିର: ଖୋଲା ମଂଚରେ, ନେତାଙ୍କ ସାମ୍ନାରେ...ରୋକଠୋକ କଥା କହିଲେ ଭୋଟର । ବୁଲେଇ ବଙ୍କାଇ ନୁହେଁ ସିଧାସିଧା କହିଲେ, ପାଣି ଦେଲେ ଭୋଟ ଦେବୁ ନହେଲେ ଭୁଲିଯିବୁ । ଲୋକଙ୍କ ଗର୍ଜନରେ କମ୍ପିଥିଲା ମଂଚ । ଭେଲକା ହୋଇ ଚାହିଁରହିଲେ ନେତା । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏମିତି ବିଷମ ସ୍ଥିତି ଉପୁଯିବ ବୋଲି କେହି କେବେ ବିଶ୍ଵାସ କରିନଥିଲେ ହେଲେ ଏମିତି ଘଟଣା ସାମ୍ନାକୁ ଆସିଛି ଟିଟିଲାଗଡରୁ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଷ୍ଟେଜ୍ରେ ବସିଥିଲେ ବିଜେଡି ନେତା..ଉପସ୍ଥିତ ଥିଲେ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି । ହେଲେ ମୌଳିକ ସୁବିଧା ପାଉନଥିବାରୁ ନେତାଙ୍କୁ ଘେରିଥିଲେ ଜନତା । ଆଉ ପ୍ରଶ୍ନବାଣରେ ଘାଇଲା କରିଥିଲେ ।
ଧୂନକେଡ଼ା ଗାଁକୁ ପାଣି କେବେ ମିଳିବ ? ଭୋଟ ଆସିଲେ ଆପଣ ମାନଙ୍କର ଦେଖା ମିଳୁଛି, ପାଣି ନାହିଁ ତ ଭୋଟ ନାହିଁ ବୋଲି ନାରା ଦେହା ସହ ମଂଚ ପାଖକୁ ଧାଇଁଥିଲେ । ଏତେ ମାତ୍ରାରେ ଜନତାଙ୍କୁ ଦେଖି ନେତାଏ କହିଥିଲେ ଷ୍ଟେଜ ପାଖକୁ କେହି ଆସନି । କିନ୍ତୁ ଜନତା ଶୁଣିବା ମୁଡ୍ରେ ନଥିଲେ...
ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କୁ ଗୁହାରି କରି ନୟାନ୍ତ ହେଲେଣି ହେଲେ ଦୁଃଖ ବୁଝିବା ପାଇଁ କେହିଁ ନାହାନ୍ତି। ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ବାରମ୍ବାର ଏଭଳି ଅବସ୍ଥା ତେବେ ସାରା ରାଜ୍ୟ ରେ କିଭଳି ଅବସ୍ଥା ଏହି ମହିଳା ମାନଙ୍କ ଅଭିଯୋଗ ରୁ ସ୍ପଟ ଭାବ ଜଳ ଜଳ ହୋଇ ଦିଶୁଛି। ଭୋଟ ମାଗିବା ପାଇଁ କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ... ସବୁ ଯୋଜନା ଫେଲ ବୋଲି ମହିଳା କହିଁଛନ୍ତି...
📱 Get Argus News App
✨ଅଧିକ ଦେଖନ୍ତୁ :