ପୂଜା କରିବା ପାଇଁ ସବୁଠୁ ଶୁଭ ମୁହୂର୍ତ୍ତ କ'ଣ ?

Key Points
- ଏଥର ଜନ୍ମାଷ୍ଟମୀରେ ପଡୁଛି ଦୁର୍ଲଭ ସଂଯୋଗ
- ଯେପରି ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ଥିଲା
- ଏଥର ସମାନ ସେହି ଯୋଗ ପଡୁଛି...
- ତେବେ କେଉଁ ସମୟରେ ପୂଜା କଲେ ପାଇବେ ସୁଫଳ ?
- ପୂଜା କରିବା ପାଇଁ ସବୁଠୁ ଶୁଭ ମୁହୂର୍ତ୍ତ କ'ଣ ?
ଅର୍ଗସ ବ୍ୟୁରୋ: ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭଗବାନ କୃଷ୍ଣଙ୍କ ଜନ୍ମ ବାର୍ଷିକୀ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍ ମହତ୍ତ୍ୱ ରହିଛି ।
ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି । ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି।
ଚଳିତ ବର୍ଷ ଜନ୍ମାଷ୍ଟମୀରେ ଏପରି ଏକ ବିଶେଷ ସଂଯୋଗ ପଡୁଛି, ଯେପରି ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା । ସେଥିପାଇଁ ଏହି ଶୁଭ ତଥା ବିରଳ ସଂଯୋଗରେ ଭଗବାନ କୃଷ୍ଣଙ୍କ ପୂଜା କଲେ ଆପଣଙ୍କ ମନୋସ୍କାମନା ପୂରଣ ହେବ ।
ତେବେ ଜନ୍ମାଷ୍ଟମୀ ତାରିଖ, ପୂଜା ସମୟ ଏବଂ ଶୁଭ ମୂହୁର୍ତ୍ତ ବିଷୟରେ ଆସନ୍ତୁ ଜାଣିବା ...
📱 Get Argus News App
✨ଚଳିତ ବର୍ଷ ଜନ୍ମାଷ୍ଟମୀ 26 ଅଗଷ୍ଟରେ ପଡୁଛି । ପାଞ୍ଜି ଆନୁସାରେ ସୋମବାର ଭୋର 3 ଟା ବାଜି 40 ମିନିଟ୍ ରୁ ଆରମ୍ଭ ହେବ କୃଷ୍ଣ ପକ୍ଷ । ଏହି ତିଥି ଆଗାମୀ ଦିନ 27 ଅଗଷ୍ଟ ଭୋର 2 ଟା ବାଜି 20 ମିନିଟ୍ ପର୍ଯ୍ୟନ୍ତ ରହିବ ।
ଜନ୍ମାଷ୍ଟମୀ ଦିନ ରାତି 12 ଟାରେ ନନ୍ଦୋତ୍ସବ ପାଳନ ହୋଇଥାଏ । ଏ ବର୍ଷ ଏହି ଶୁଭ ମୁହୂର୍ତ୍ତ ରାତି 11 ଟା 59 ମିନିଟ୍ ରୁ 12 ଟା ବାଜି 43 ମିନିଟ୍ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ଏହାରି ମଧ୍ୟରେ ଲୋକେ ନିଜର ପୂଜାର୍ଚ୍ଚନା କରିପାରିବେ । ରୋହିଣୀ ନକ୍ଷତ୍ର 26 ଅଗଷ୍ଟ ସନ୍ଧ୍ୟା 3 ଟା ବାଜି 55 ମିନିଟ୍ ରୁ ପର ଦିନ 27 ଅଗଷ୍ଟ 3 ଟା 38 ମିନିଟ୍ ପର୍ଯ୍ୟନ୍ତ ରହିବ ।
ଚଳିତ ବର୍ଷ ଦ୍ୱାପର ଯୁଗ ଭଳି ବିରଳ ସଂଯୋଗ ପଡୁଛି । ଏହି ଶୁଭ ମୁହୂର୍ତ୍ତ ଠିକ୍ ଭଗବାନ କୃଷ୍ଣଙ୍କ ଜନ୍ମ ସମୟ ସହିତ ସମାନ । ଭଗବାନ କୃଷ୍ଣ ରୋହିଣୀ ନକ୍ଷେତ୍ର ରାତି 12ଟା ରେ ଜନ୍ମ ହୋଇଥିଲେ । ଚଳିତ ଥର ମଧ୍ୟ ରୋହିଣୀ ନକ୍ଷତ୍ର ରାତି 12ଟାରେ ସମାନ ଯୋଗ ପଡୁଛି । ଏହି ଯୋଗରେ ପୂଜା କରିବା ଅତ୍ୟନ୍ତ ଲାଭଦାୟକ । ଏହି ଅପୂର୍ବ ସଂଯୋଗରେ ପୂଜାର୍ଚ୍ଚନା କଲେ ସୁଫଳ ମିଳେ ବୋଲି ବିବେଚନା କରାଯାଉଛି ।