Dharmendra Pradhan / ଜନ୍ମାଷ୍ଟମୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·1 hour ago·1 min read

Key Points
ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ପାର୍ଶ୍ଵଦେବାଦେବୀ ମନ୍ଦିରରେ ଦର୍ଶନ ସାନିଧ୍ୟ ନେଇଥିଲେ। ପ୍ରାୟ ୪୫ମିନିଟର ଦର୍ଶନ ମଧ୍ୟରେ ଦକ୍ଷିଣ ଦ୍ୱାରରେ ହନୁମାନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ। ସେଠାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଭୋଗ ମିଠା ବାଣ୍ଟି ଥିଲେ। ଅନ୍ୟପଟରେ ସିଂହଦ୍ୱାର ଠାରେ ତାଙ୍କୁ ସେବାୟତ ଓ ଦଳୀୟ କର୍ମୀ ତଥା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ମହାପ୍ରଭୁଙ୍କ ଲାଗି ପତାକା ଦେଇ ସ୍ୱାଗତ କରିଥିଲେ ସେବାୟତ।ଦର୍ଶନ ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ,ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ମିଳିଥିବାରୁ ଧନ୍ୟ ହୋଇଛି। ଏହାସହିତ ଦେଶ ଓ ରାଜ୍ୟର ସମୃଦ୍ଧି ତଥା କାମନା କରି ପ୍ରାର୍ଥନା କରିଛି।
ଜନ୍ମାଷ୍ଟମୀ ଅବସରରେ ଦେଶ ତଥା ରାଜ୍ୟର ସମସ୍ତ କୃଷ୍ଣ ପ୍ରେମୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟରେ ଯିବା ବାଟରେ ବ୍ୟାରିକେଡରେ ଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ପକ୍ଷରୁ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଜୟ ଜଗନ୍ନାଥ କହି ବ୍ୟାରିକେଡ ଭିତରୁ ତାଙ୍କୁ ଅନେକ ଭକ୍ତ ନିଜର ଅଭିବାଦନ ଜଣାଉଥିଲେ। ଭକ୍ତ ଙ୍କ ଉତ୍ସାହ ଦେଖି ନିଜକୁ ଅଟକାଇ ପାରିନଥିଲେ ସେ। ସେମାନଙ୍କ ପାଖକୁ ଯାଇ ଭକ୍ତଙ୍କ ସହ କେଇ ମୁହୂର୍ତ୍ତର ଭାବମୟ ସାକ୍ଷାତ ଆଲୋଚନା କରିଥିଲେ। ଏବଂ ଭକ୍ତଙ୍କ ଉଦ୍ଦେଶ୍ୟରେ ସାଷ୍ଟାଙ୍ଗ ପ୍ରଣିପାତ ମଧ୍ୟ କରିଥିଲେ। ଏହାପରେ ଲୋକନାଥ ମନ୍ଦିର ଦର୍ଶନ କରିଛନ୍ତି ପରେ ସ୍ୱାଧି ରୁତ୍ତୁମ୍ଭରାଙ୍କ ଦ୍ୱାରା ଭଗବତ୍ କଥା ଆଲୋଚନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories