Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Baripada Identity / ଜରାଳୀ-ସରାଳୀ-ସୁକଯୋଡ଼ା ଏବେ ମାନଚିତ୍ରରୁ ହଜିବାକୁ ବସିଲାଣି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ଜରାଳୀ-ସରାଳୀ-ସୁକଯୋଡ଼ା ଏବେ ମାନଚିତ୍ରରୁ ହଜିବାକୁ ବସିଲାଣି
Baripada River Bank

Key Points

ନଦୀ ଗୁଡିକର ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଇଛି ।
ନଦୀଗୁଡ଼ିକ ସଙ୍କୁଚିତ ହୋଇ ଡ୍ରେନ ରେ ପରିଣତ ହୋଇଛି ।

ଜଳ ହିଁ ଜୀବନ । ଜଳ ହେଉଛି ଜୀବନର ମୂଳାଧାର । କୁହାଯାଏ, ଜଳ ବିନା ସୃଷ୍ଟି ଅସମ୍ଭବ । ବାରିପଦା ସହରରେ ତିନୋଟି ଛୋଟ ନଦୀ ଏବେ ପୋତି ହେବାରେ ଲାଗିଛି । ଏଗୁଡିକର ପୁନଃଉଦ୍ଧାର ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଅଂଚଳବାସୀ ।

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର। ରାଜତନ୍ତ୍ର ଯୁଗରେ ଏହା ଭଞ୍ଜ ରାଜବଂଶର ଶେଷ ରାଜଧାନୀ ଥିଲା। ଏଠାରେ ଅନେକ ନଦୀ, ନାଳ ଓ ଜଳାଶୟ ଭର୍ତ୍ତିଥିଲା, ଯେଉଁଥିପାଇଁ ଏହାର ନାମ ହୋଇଥିଲା 'ବାରିପଦା' । ବାରି-ଅର୍ଥାତ୍ ପାଣିର ଅଧିକ ଉତ୍ସ ଓ ପଦା- ଅର୍ଥାତ ପଡିଆ । କିନ୍ତୁ ଏବେ ପରିସ୍ଥିତି ବଦଳିଛି। ଅନେକ ଜଳାଶୟ ଲୋପ ପାଇବାକୁ ବସିଛି । ବିଶେଷକରି ସହର ମଧ୍ୟଦେଇ ବହୁଥିବା 'ଜରାଳୀ', 'ସରାଳୀ' ଓ 'ସୁକଯୋଡ଼ା' ନଦୀଗୁଡ଼ିକ ଏବେ ମୃତ୍ୟୁ ଶଯ୍ୟାରେ ।

ଗ୍ରୀଷ୍ମ ଋତୁରେ ଜଳସ୍ତର କମିବା କାରଣରୁ ବାରିପଦା ସହରର ସବୁଠାରୁ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇଛି । ଏହି ନାଳଗୁଡିକର ଭବିଷ୍ୟତ ନେଇ ବାରିପଦା ବାସୀ ଚିନ୍ତା ପ୍ରକଟ କରିଛନ୍ତି । ଏହାର ସ୍ଥିତିକୁ ନେଇ କ୍ଷୁଦ୍ର ଜଳସେଚନ ବିଭାଗର ସ୍ଥାଣୁତା ଅନେକ ପ୍ରଶ୍ନ ସୃଷ୍ଟିକରୁଛି।

ଦିନେ ବାରିପଦା ସହରର ଲାଇଫଲାଇନ୍ ବୋଲାଉଥିବା ଏହି ତିନି ନଦୀ-ଜରାଳୀ, ସରାଳୀ ଓ ସୁକଜୋଡ଼ା ସହରି ସଭ୍ୟତା ଓ ଜବରଦଖଲ କାରୀଙ୍କ କବଜାରେ ଲୀନ ହେବାକୁ ଯାଉଥିବା ବେଳେ ଏଗୁଡିକର ପୁନରୁଦ୍ଧାର ନହେଲେ ଆଉ କିଛିଦିନ ପରେ ଏହା ମୟୁରଭଞ୍ଜ ମାନଚିତ୍ରରୁ ଲିଭିଯିବା ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baripada Identity | Jarali-Sarali-Sukajoda are now about to disappear from the Baripada map. | Argus News