Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସରେ ରହି ବି ବିଜେଡି ପାଇଁ କେମିିତି ପ୍ରଚାର କରୁଛନ୍ତି ସୁର ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କଂଗ୍ରେସରେ ରହି ବି ବିଜେଡି ପାଇଁ କେମିିତି ପ୍ରଚାର କରୁଛନ୍ତି ସୁର ?

Key Points

  • ତାହାଲେ କଂଗ୍ରେସ ଅବସ୍ଥା ହେବ କଣ ? 
  • ପୁତ୍ର ମୋହରେ ବାୟା ହେଲେଣି ସୁର
  • ଶଙ୍ଖ ଦଳ ଲାଗି କାହିଁକି କପୁଛନ୍ତି କ୍ୟାମ୍ପେନ ?

ଅର୍ଗସ ବ୍ୟୁରୋ: ସୁରଙ୍କୁ ନେଇ ଏବେ ଅଡୁଆରେ କଂଗ୍ରେସ । କାରଣ ଏବେ ସିନା ସେ ଦଳରୁ ଟିକଟ ନେଇନାହାନ୍ତି ହେଲେ ପୁଅ ବିଜେଡିର ସାଂସଦ ପ୍ରାର୍ଥୀ । ତେଣୁ କେମିତି ସେ ନିର୍ବାଚନ ବୈତରଣୀ ପାର ହେବେ ସେନେଇ ଗୋଟି ଚଳାଉଛନ୍ତି ଖୋଦ ସୁର । ଏମିତିକି ପୁଅ ପାଇଁ ପରୋକ୍ଷରେ ବି କରୁଛନ୍ତି ପ୍ରଚାର । ଥରେ କି ଅଧେ ନୁହେଁ ବରଂ ବରାବାର କରୁଛନ୍ତି ପ୍ରଚାର । ହେଲେ ନିର୍ବାଚନ ଆସି ମୁଣ୍ଡ ଉପରେ ପହଞ୍ଚିଲାଣି । ଏମିତି ସ୍ଥିତିରେ ସୁର ଯଦି ବିଜେଡି ସପକ୍ଷରେ ପ୍ରଚାର କରିବେ

ପୁତ୍ର ମୋହରେ ବାୟା ହେଲେଣି କି ସୁର ? କିଛି ଏମିତି କଥା ଏବେ ଚର୍ଚ୍ଚା ଜୋର । କାରଣ କେବେ ନିଜକୁ ସଚ୍ଚା କଂଗ୍ରେସିଆ କହୁଛନ୍ତି, ଆଉ କେବେ ୫ ଦଶନ୍ଧିର ସ୍ୱାଭିମାନ ନାଁରେ ଭାଷଣ ଝାଡୁଛନ୍ତି । ହେଲେ ନିର୍ବାଚନୀ ରାଜନୀତିରୁ ବିରାମ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କିନ୍ତୁ ପୁତ୍ରମୋହରେ ଦଳୀୟ ନୀତିନୈତିକତା ସବୁ ଯେପରି ଛାଡ଼ିଦେଇଛନ୍ତି । ବିଜେଡିର ସାଂସଦ ପ୍ରାର୍ଥୀ ତଥା ସାନପୁଅ ମନ୍ମଥ ଏବଂ ଶଙ୍ଖଦଳ ପାଇଁ କ୍ରମାଗତ କ୍ୟାମ୍ପେନ୍ କରୁଛନ୍ତି ସୁର। 

କଥାରେ ଅଛି, ଚଟୁ ଆମିଷ, ବେଣ୍ଟ ନିରାମିଷ ! ଠିକ୍‌ ସେମିତି ନିଜର ରାଜନୈତିକ ଗୋଟି ଚାଳନା ଜାରି ରଖିଛନ୍ତି କି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ? 
୧- ସ୍ଥାନ- ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ


ଅବସର ଥିଲା ଏକ କ୍ରିକେଟ୍ ମ୍ୟାଚ୍। ସାଙ୍ଗରେ ଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ। ଭାଷଣ ଛଳରେ ସୁଶାନ୍ତଙ୍କୁ ତ ପ୍ରଶଂସା କଲେ ତା’ସହ ପୁଅ ଓ ସୁଶାନ୍ତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨- ସ୍ଥାନ- ବୁଦ୍ଧ ପାର୍କ
ଏଇଠି ବି ସକାଳୁ ସକାଳୁ ବିଜେଡି ବିଧାୟକ ପ୍ରାର୍ଥୀ, ଭୁବନେଶ୍ୱର ମେୟରଙ୍କ ସହ ପୁଅ ମନ୍ମଥଙ୍କୁ ଧରି ପହଞ୍ଚିଥିଲେ ଜନତାଙ୍କ ପାଖରେ। ଆଉ ଭୋଟ୍ ଭିକ୍ଷା କରିଥିଲେ। 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, କଂଗ୍ରେସରେ ଏବେ ବି ଅଛନ୍ତି ସୁର । ହେଲେ ସେ ପୁଅ ଲାଗି ଯେମିତି ପ୍ରଚାର କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । ଖାଲି ଏତିକି ନୁହେଁ ବରଂ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି ଦଳ ସେନେଇ ବି ଉଠିଲାଣି ପ୍ରଶ୍ନ । ଏପଟେ, ବାପାଙ୍କ ପ୍ରଚାରରେ କେତେ ଫାଇଦା ମିଳିବ ପୁଅ ମନ୍ମଥଙ୍କୁ, ତାହା ତ ନିର୍ବାଚନ ପରେ ସ୍ପଷ୍ଟ ହେବ। କିନ୍ତୁ, ଲୋକେ ଯେ ବିଜେଡି ଏବଂ ମନ୍ମଥଙ୍କ ପ୍ରତି କେତେ ବିମୁଖ, ତାର ଦୃଶ୍ୟ ଦେଖିବାକୁ ମିଳିଛି ସେହି ବୁଦ୍ଧ ପାର୍କରେ । ସୁରଙ୍କ ପରେ ପରେ ଭୋଟ୍ ମାଗିବାବେଳେ ପାର୍କରେ ଯୋଗାଭ୍ୟାସ କରୁଥିବା ଜନତା ବିଜେଡି ଏବଂ ମନ୍ମଥଙ୍କୁ ଉତ୍ତର ଦେବା ସହ କହିଥିଲେ, ମନ୍ମଥ ଭୋଟ୍ ମାଗିଲେ କଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି । ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ...ତେବେ ସମୟ କହିବ ରାଜନୀତିର ଗାଡି କୁଆଡ଼େ ଯାଉଛି ।
 

Sponsored
Jatani MLA Sura Routray | Argus News