Videos
|
Odisha

କାହିଁକି ଶ୍ରୀକ୍ଷେତ୍ରଙ୍କ ଠାରୁ ଦୂରେଇ ଗଲେ ସୋନାଲି ପଣ୍ଡା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାହିଁକି ଶ୍ରୀକ୍ଷେତ୍ରଙ୍କ ଠାରୁ ଦୂରେଇ ଗଲେ ସୋନାଲି ପଣ୍ଡା

ଏବେ ୧୨ ବର୍ଷ ପରେ ଜୀବନର ମୋଡ ବଦଳି ଯାଇଛି। ୧୦ ବର୍ଷର ପୁଅ ମାର ମମତା ଖୋଜୁଥିବା ବେଳେ ସ୍ତ୍ରୀ କହୁଛି ମୁଁ ଆଉ ସ୍ବାମୀ ପାଖକୁ ଫେରିବିନି। ମୁଁ ଏବେ ଯେଉଁଠି ଅଛି ଭଲରେ ଅଛି। ଯାତ୍ରାରେ ଗୋଟେ ବର୍ଷ ହୋଇନି ସେ ଦ୍ବିତୀୟ ବିବାହ କଲେ। ସେ ହେଉଛନ୍ତି ତୁଳସୀ ଗଣନାଟ୍ୟର ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ପଣ୍ଡା। କାହା ଭାଗ୍ୟରେ ଝଡ ଆସିଲେ ଜୀବନ ବଦଳିଯାଏ। କିନ୍ତୁ ସୋନାଲିଙ୍କ ଭାଗ୍ୟରେ ୧୪ ବର୍ଷ ତଳେ ଆସିଥିବା ପ୍ରେମର ଜୁଆର ଏବେ ତାଙ୍କ ଜୀବନକୁ ଅସଜଡା କରି ଦେଇଛି। ସେ ଏକ ପ୍ରତିକ୍ରିୟାରେ କହିଛନ୍ତି ମୁଁ ଏବେ ଯେଉଁଠି ଅଛି ଭଲରେ ଅଛି।


ଯାତ୍ରାରେ ଗୋଟେ ବର୍ଷ ହୋଇନି ସେ ଦ୍ବିତୀୟ ବିବାହ କଲେ। ଆଉ ତାଙ୍କ ସ୍ତ୍ରୀ ମତେ ଫୋନ କରି ଧମକ ଦେଲେ ତମେ ମୋ ସ୍ବାମୀଙ୍କୁ ଫୋନ କରିବ ନାହିଁ। ଆଉ ସେବେଠୁ ୧୨ ବର୍ଷ ହେଲା ଶ୍ରୀକ୍ଷେତ୍ର, କେବେ ଖୋଜି ନାହାନ୍ତି। ସେପଟେ ଶ୍ରୀକ୍ଷେତ୍ରଙ୍କ ଅଭିଯୋଗ, ଯାତ୍ରା ଜଗତରେ ସୋନାଲି ପଣ୍ଡା ଭାବେ ପରିଚିତି ହାସଲ କରିଥିବା ସୋନାଲିଙ୍କ ପ୍ରକୃତ ନାଁ କାଗଜୀ ପଲେଇ। ୨୦୧୩ ରେ ଶ୍ରୀକ୍ଷେତ୍ରଙ୍କୁ ଭଲପାଇ ଘର ଛାଡି ଚାଲି ଆସିଥିଲେ ସୋନାଲି। ନାଁ ମିଶିଥିଲା ଜାତି ନା ମିଶିଥିଲା ଜାତକ। ଆଗ ପଛ ନଭାବି ଗୋଟିଏ ଡୋରୀରେ ବନ୍ଧା ହୋଇଥିଲା ଦୁଇଟି ହାତ। ବିବାହକୁ ଶ୍ରୀକ୍ଷେତ୍ରଙ୍କ ପରିବାର ସମ୍ମତି ଦେଇଥିବା ବେଳେ ଗ୍ରହଣ କରିନଥିଲେ ସୋନାଲିଙ୍କ ପରିବାର। ପରେ ଉଭୟ ରୁହନ୍ତି ଗୋଟିଏ ଅନୁଷ୍ଠାନରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାପରେ ସୋନାଲିଙ୍କୁ ତୁଳସୀ ମାଲିକ ନାଣ୍ଡୁ ବାବୁ ତାଙ୍କୁ ନିଜ ଅକ୍ତିଆରରେ ରଖନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀକ୍ଷେତ୍ର। ଯାତ୍ରା ତୁଳସୀରେ ରହିବା ପରେ ଶ୍ରୀକ୍ଷେତ୍ର ଓ ଛୋଟ ପୁଅ ଠାରୁ ଦୂରେଇ ଯାଆନ୍ତି କାଗଜୀ। ଆଉ ନାଁ ବଦଳାଇ କାଗଜୀ ପଲେଇରୁ ହୋଇ ଯାଆନ୍ତି ସୋନାଲି ପଣ୍ଡା। ନାଁ ଆଉ ପୁଅକୁ ପଚାରନ୍ତି ନାଁ ସ୍ବାମୀଙ୍କୁ।


ଶ୍ରୀକ୍ଷେତ୍ରଙ୍କ ବାପାଙ୍କ କହିବା କଥା, ପୁଅ ଯେତେବେଳେ ଝିଅକୁ ଆଣିଥିଲା, ମୁଁ ତାଙ୍କୁ ବାହାଘର କରାଇଥିଲି। ବିବାହର କିଛି ବର୍ଷ ପରେ ନାତି ଜନ୍ମ ହୁଏ। ପରେ ପିଲାକୁ ୨ ମାସ ୧୭ ଦିନ ହୋଇଥାଏ ପିଲାକୁ ଛାଡି ଚାଲି ଯାଇଥିଲା। ମୋ ସ୍ତ୍ରୀର ଯେତେବେଳେ ମୃତ୍ୟୁ ହୋଇଥିଲା ସେ ଝିଅ ଶୁଦ୍ଧି ହେବାକୁ ଆସିନିଥିଲା। ସେ ଝିଅର ଯେତେବେଳେ ଦେହ ଖରାପ ଥିଲା, ମୁଁ ମୋ ସ୍ତ୍ରୀର ସବୁ ସୁନା ଅଳଙ୍କାର ବିକି ତାକୁ ଭଲ କରିଥିଲି। ନାଁ ସିଏ କେବେ ସେ ପୁଅକୁ ଅନେଇଛି ନାଁ ତା କଥା ବୁଝିଛି। ଏବେ ଯାତ୍ରା ଦେଖୁଥିବା ଦର୍ଶକ ବି କହିଲେଣି, ଯଦି ଏଇ କାହାଣୀକୁ ନେଇ ନାଟକ ହେବ, ନାଟକର ନାଁ ହେଉ 'ଯାତ୍ରା ନୁହେଁ ଇଏ ସତ କାହାଣୀ'।

Jatra Actress Sonali Panda and Srikshetra's Relationship | Argus News