Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jaundice Scare In School / ସ୍କୁଲ ଗଲେ ଲାଗୁଛି ଡର: ହେଇଯିବ ଜଣ୍ଡିସ, ଖାଦ୍ୟ ସୁରକ୍ଷା ଟିମ୍ ସହ ସ୍ଥିତି ଯାଞ୍ଚ କଲା ପ୍ରଶାସନ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ସ୍କୁଲ ଗଲେ ଲାଗୁଛି ଡର: ହେଇଯିବ ଜଣ୍ଡିସ, ଖାଦ୍ୟ ସୁରକ୍ଷା ଟିମ୍ ସହ ସ୍ଥିତି ଯାଞ୍ଚ କଲା ପ୍ରଶାସନ
Jaundice Scare In School

Key Points

ଗଦିଆ ଆଦର୍ଶ ବିଦ୍ୟାଳୟ ଜଣ୍ଡିସ ଆକ୍ରାନ୍ତ ଘଟଣା
ଖବର ପ୍ରସାରଣ ପରେ ତେଜିଲା ପ୍ରସାଶନ
ଖାଦ୍ୟ ସୁରକ୍ଷା ଟିମ୍ ସହ ସ୍ଥିତି ଯାଞ୍ଚ କଲା ପ୍ରଶାସନ
ସ୍କୁଲରେ ଜଣ୍ଡିସ ଆତଙ୍କ। ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଥମିବାର ନାଁ ଧରୁନି। ଗତକାଲି ଢେଙ୍କାନାଳ ଜିଲ୍ଲା ଗଦିଆ ସ୍ଥିତ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଖବର ପ୍ରସାରଣ ପରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ୧୮ ଜଣିଆ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ବିଦ୍ୟାଳୟ ରେ ପହଞ୍ଚି ଯାଞ୍ଚ୍ କରିଛି। ବିଦ୍ୟାଳୟ ରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟ ନମୁନା ସଂଗ୍ରହ କରି ନେଇଛନ୍ତି ସେହିପରି ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିବା ଦେଖାଯାଇଛି।

ଘଟଣା ସ୍ଥଳରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ମଧ୍ୟ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଣ୍ଡିସ ବ୍ୟାପିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲର ଅବ୍ୟବସ୍ଥା କୁ ଦାୟୀ କରୁଥିବା ବେଳେ କତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ତେବେ ଘଟଣା ଉପରେ ପ୍ରଶାସନର ନଜର ରହିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ସଂଗ୍ରହ ନମୁନା ରିପୋର୍ଟ ଆସିବା ପରେ ସବୁ ଜଣାପଡ଼ିବ ବୋଲି କୁହାଯାଉଛି।

ଗଦିଆ ବ୍ଲକ ବିଶ୍ଵନାଥପୁର ଆଦର୍ଶ ବିଦ୍ୟାଳୟରେ ୧୦ରୁ ଅଧିକ ଛାତ୍ର ଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା । ସ୍କୁଲ ପାଖରେ ଥିବା ଏକ ଘରୋଇ ହଷ୍ଟେଲରୁ ଚାରିଜଣ ଛାତ୍ରଛାତ୍ରୀ ଓ ହଷ୍ଟେଲ ପରିଚାଳକ ମଧ୍ୟ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ନିୟମିତ ସ୍କୁଲକୁ ଆସୁଥିବା ଗଦିଆ ବ୍ଲକର ଅନ୍ୟ କିଛି ଛାତ୍ରଛାତ୍ରୀ ମଧ୍ୟ ଜଣ୍ଡିସର ଶିକାର ହୋଇଛନ୍ତି। ଖବର ପାଇ ବରପଦାର ମେଡିକାଲର ଏକ ସ୍ବାସ୍ଥ୍ୟ ଟିମ୍ ଓ ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ତନାଘନା କରିଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ଜଣ୍ଡିସର ଲକ୍ଷଣ?

ଏ ରୋଗର ତିନୋଟି ଷ୍ଟେଜ ଅଛି । ପ୍ରଥମ ପାଣ୍ଡୁଆନେମିଆ (ପାଣ୍ଡୁ ରକ୍ତହୀନତା)। ପାଣ୍ଡୁରୋଗରେ ତ୍ଵଚା ପାଣ୍ଡୁରବର୍ଣ୍ଣ ଦିଶେ । ରୋଗୀ କ୍ଳାନ୍ତ ଅନୁଭବ କରେ । ବାନ୍ତି ଲାଗେ ବା ବାନ୍ତି ହୁଏ । ଏହି ରୋଗରେ ରୋଗୀର ଶରୀର, ଆଖି, ନଖି, ଜିଭର ତଳଭାଗ ହଳଦିଆ ବର୍ଣ୍ଣ ବା ମାଟିଆବର୍ଣ୍ଣ ଦେଖାଯାଏ । ରୋଗୀକୁ ଚାରିଆଡ ହଳଦିଆ ଦିଶେ । ସର୍ବାଙ୍ଗ ଫୁଲିଯାଏ । ଏହା ଅସାଧ୍ୟ ବୋଲି ଜଣାପଡେ । ଏଭଳି ସ୍ଥିତିରେ ବାଧା ସୃଷ୍ଟି ହୋଇ ଶରୀରରେ ଦୁର୍ବଳତା, ଅବସନ୍ନତା ଦେଖାଯାଏ । ଏଭଳି ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ। 

ଯଦି ଆପଣଙ୍କ ପିଲାଙ୍କର ଏଭଳି କିଛି ଲକ୍ଷଣ ଦେଖାଯାଉଛି ତେବେ ଏବେହିଁ ସତର୍କତା ଅବଲମ୍ୱନ କରିନିଅନ୍ତୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jaundice Scare In School | Jaundice Scare in School: Administration Reviews Situation with Food Safety Team | Argus News | Argus News