Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଦୀ କୂଳରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷା କର୍ମୀ

Odisha

ନଦୀ କୂଳରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷା କର୍ମୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନଦୀ କୂଳରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷା କର୍ମୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି ସୁରକ୍ଷାକର୍ମୀ । ଚିନ୍ତବାଗୁ ନଦୀ କୂଳରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ରହିଥିଲା । ଯାହାକୁ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନ ମିଳିତ କମ୍ବିଂ ଅପରେସନ୍ ବେଳେ ଠାବ କରିଛନ୍ତି ।


ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ ଘଟାଇବା ମଧ୍ୟ ସେମାନଙ୍କ ଯୋଜନା ଥିଲା । ତେବେ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିଛି ସୁରକ୍ଷା ବାହିନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଗତିବିଧି ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏହାପୂର୍ବରୁ ଜାନୁଆରୀ ୨୩ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ କରିଥିଲେ ଯବାନ । ସେତେବେଳେ ସୁଡ଼ଙ୍ଗ ଭିତରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରକାନା ଠାବ ହୋଇଥିଲା ।

Argus Whatsapp Channel Mobile Top
Sponsored
Jawan Busted Gun Factory Of Naxals In Sukma | Argus News