Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯବାନଙ୍କ ଅପରେସନ ; ମାଓ ଶିବିରରୁ ୧୧ ଲାପଟପ ସହ ୬ ଲକ୍ଷ ଟଙ୍କା ଜବତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଯବାନଙ୍କ ଅପରେସନ ; ମାଓ ଶିବିରରୁ ୧୧ ଲାପଟପ ସହ ୬ ଲକ୍ଷ ଟଙ୍କା ଜବତ

ଛତିଶଗଡରେ ନାରାୟଣପୁରରେ ପୁଣି ଏନକାଉଣ୍ଟର । ଯବାନଙ୍କ ଅପରେସନ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ମାଓ ଶିବିରରୁ ମିଳିଲା 11 ଲାପଟପ ସହ 6 ଲକ୍ଷ ଟଙ୍କା ଜବତ । ନାରାୟଣପୁର କୋହକମେଟଲା ଥାନା କଷୋଡ଼ ଜଙ୍ଗଲରେ ମାଓବାଦୀମାନେ ଲୁଚିଥିବା ଖବର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ । ଘଟଣାସ୍ଥଳରୁ ୫୦କେଜି ବାରୁଦ, ୪୦ ଲିଟର ପେଟ୍ରୋଲ, ୨ଟି ପ୍ରେସର କୁକର ବମ୍, ୩୦୩ଟି ଅଫୁଟା ଗୁଳି ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । 50 kg ବାରୁଦ, 40 ଲିଟର ପେଟ୍ରୋଲ, 2 ପ୍ରେସର କୁକର ବମ, 303 ବନ୍ଧୁକ ର ଅଫୁଟା ଗୁଳି , ଦୁଇ ବଣ୍ଡଳ କାର୍ଡ଼େକ୍ସ ୱାରୀ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଡିଆରଜି ଯବାନଙ୍କ ସହ ଆଇଟିବିପି ଯବାନ ଅପରେସନରେ ସାମିଲ ଥିଲେ ।

ଛତିଶଗଡ ବିଜାପୁରରେ ମଧ୍ୟ ମାଓ କ୍ୟାମ୍ପ ଉପରେ ଚଢାଉ କରିଛନ୍ତି ସୁରକ୍ଷାବାହିନୀ । ହିଡ଼ମାର କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କର ଯେଉଁଠାରେ ୧ କୋଟି ଇନାମୀ ନକ୍ସଲ ହିଡ଼ମାର ବାସସ୍ଥଳୀ ଥିଲା ତାକୁ ଖୋଜି ବାହାର କରିଛନ୍ତି ସୁରକ୍ଷା ବାହିନୀ। ସୁକମା ଓ ବିଜାପୁର ସୀମାନ୍ତରେ ନକ୍ସଲଙ୍କ ବାଟାଲିୟନ ନମ୍ବର 1ର ମୁଖ୍ୟ ହିଡ଼ମାର ବଙ୍କର ଠାବ କଲେ ସୁରକ୍ଷା ବାହିନୀ । ଇତିହାସରେ ପ୍ରଥମ ଥର ପାଇଁ କଂକ୍ରିଟ ଓ ଇଟାରେ ନିର୍ମିତ ମାଓ ବଙ୍କରକୁ ଠାବ କରିଛନ୍ତି ସୁରକ୍ଷା ବାହିନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jawans' operation; 11 laptops and Rs 6 lakh seized from Maoist camp | Argus News