Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର, ମିଳିଲା ସରକାରଙ୍କ ଅନୁମତି

Odisha

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର, ମିଳିଲା ସରକାରଙ୍କ ଅନୁମତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର, ମିଳିଲା ସରକାରଙ୍କ ଅନୁମତି

ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ପୃଥ୍ବୀରାଜ ହରିଚନ୍ଦନ । ଖୁବଶୀଘ୍ର ଟେକିନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରର ଜାତୀୟ ରାଜପଥରେ ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର୍ କରାଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଯୋଜନା କରାଯାଇଛି ।

ସେଠି ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ନିର୍ମାଣ ହେବ । ଏଇ ରାସ୍ତା ଆଗାମୀ ଦିନରେ ଭୁବନେଶ୍ବରର ଲାଇଫ ଲାଇନ ହେବ । ଆମେ ଆଶା ରଖିଛୁ ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପରୁ ବଡ଼ ଭାଗ ଆମେ ଶେଷ କରି ଦେଇଥିବୁ । ସେହି ଯୋଜନା ନେଇ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହାସହ କହିଛନ୍ତି ଯେଉଁ ବେସିକ ଆପ୍ରୁଭର ଆବଶ୍ୟକତା ଥିଲା ସରକାର ସେ ଆପ୍ରୁଭାଲ ଦେଇସାରିଛନ୍ତି। ବର୍ତ୍ତମାନ ସେ ବାବଦରେ ତୁରନ୍ତ ପରବର୍ତ୍ତୀ କାମ ଆରମ୍ଭ ହେବ । ମଝିରେ କିଛି ବିଭ୍ରାନ୍ତିକର କଥା ଆସିଥିଲା ଯେ, କିଛି ଲୋକ କହୁଥିଲେ କି ଜୟଦେବ ବିହାର ଫ୍ଲାଏ ଓଭର ଭାଙ୍ଗିଯିବ। ସେଭଳି କୌଣସି କାର୍ଯ୍ୟ ହେବାର ନାହିଁ। ଯେଉଁ ଫ୍ଲାଏ ଓଭଳ ହେବ, ଜୟଦାବ ବିବାହରେ ଯେଉଁ ଫ୍ଲାଏ ଓଭର ଅଛି ତାକୁ କନେକ୍ଟ କରିକି ସେହି ନୂଆ ଫ୍ଲାଏ ଓଭର ଆଗକୁ ତିଆରି କରାଯିବ। ଏହା ସିଧା ଯାଇ ନନ୍ଦନକାନନ ରୁଟରେ ପହଞ୍ଚିବ। ସମସ୍ତଙ୍କ ପାଇଁ ସବୁପ୍ରକାରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Jayadev Vihar to Nandankanan flyover work to begin soon update | Argus News