Odisha Politics / BJD-BJPକୁ ନେଇ ବଡ଼ କଥା କହିଦେଲେ ଜୟନାରାୟଣ ମିଶ୍ର

Key Points
ନବୀନଙ୍କୁ ଜିରୋ କହି ନୂଆ ସମୀକରଣର ଇସାରା ଦେଇଛନ୍ତି ରବି ପାଣି ।
ରାଜ୍ୟ ରାଜନୀତିରେ ଏବେ ଗୋଟିଏ କଥା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ତାହା ହେଲା ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛି ବିଜେଡି । ଆଉ ତା'ଠାରୁ ଅଧିକ ଚର୍ଚ୍ଚା ହେଉଛି, ଅରବିନ୍ଦ ମହାପାତ୍ରଙ୍କୁ ନେଇ । ତାଙ୍କୁ କାହିଁକି ଦଳ ସସ୍ପେଣ୍ଡ କରିଛି ଏହା କେହି କହିପାରୁ ନାହାନ୍ତି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, 'ସେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି । ଯାହାର କଂକ୍ରିଟ୍ ପ୍ରମାଣ ମଧ୍ୟ ରହିଛି' । କିନ୍ତୁ କେହି ବି କହିପାରୁ ନାହାନ୍ତି ସେ କି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ।
ହେଲେ ୟା ଭିତରେ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, 'ବିଜେଡିକୁ ଭାଙ୍ଗିବାକୁ ଚାହୁଁନି ବିଜେପି । ଅର୍ଥାତ ବିଜେଡିରେ ଯେଉଁ ଅସ୍ଥିରତା ସୃଷ୍ଟି ହେଉଛି, ସେଥିରେ ବିଜେପିର ଆଦୌ ହାତ ନାହିଁ । ବିଜେପି ଯଦି ଚାହିଁଥାନ୍ତା ବିଜେଡିକୁ ଭାଙ୍ଗିବା ପାଇଁ, ତେବେ କେବେଠାରୁ ଭାଙ୍ଗିସାରିଥାନ୍ତା । ବିଜେଡି ଆପଣା ଛାଏଁ ଭାଙ୍ଗିଯାଉଛି' ।
ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, 'ବିଜେଡିରେ ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା । ତେଣୁ ସେମାନେ ସୁଯୋଗ ଦେଖି ନିଜ ନିଜର ମତ ରଖୁଛନ୍ତି । ବିଜେଡିର ଏଭଳି ସ୍ଥିତି ଦେଖି ମୋତେ ଦୁଃଖ ଲାଗୁଛି । ବିଜେଡି କାହିଁକି ତାର ଭାଡ଼ିକୁ ଖାଲି କରୁଛି ତାହା କେବଳ ସେମାନେ ହିଁ ଜାଣିଥିବେ’ ।
ସୂଚନାଯୋଗ୍ୟ, ବିଜେଡିରେ ଏବେ ଯିଏ ମୁହଁ ଖୋଲିଲା ତାକୁ ସସପେଣ୍ଡ କଲେ । ନାଲି ଆଖି ଦେଖାଇ ବିଦ୍ରୋହୀଙ୍କୁ ଦମନ କରିବାକୁ ଉଦ୍ୟମ କଲେ । ଏହି ଫର୍ମୁଲାରେ ଚାଲିଥିବା ବିଜେଡି ପାଇଁ ଏବେ ବଢ଼ିବାରେ ଲାଗିଛି ଅଡୁଆ । କାରଣ ବିଜେଡିରୁ ନିଲମ୍ବନ ହୋଇଥିବା ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ ମୁଖର ହୋଇଛନ୍ତି । ଅରବିନ୍ଦ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ନିଲମ୍ବନ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବିଜୟ । ସେପଟେ ନବୀନଙ୍କୁ ଜିରୋ କହି ନୂଆ ସମୀକରଣର ଇସାରା ଦେଇଛନ୍ତି ରବି ପାଣି ।
ସନା ମହାକୁଡ଼, ଅରବିନ୍ଦ ମହାପାତ୍ର । ଦୁଇ ବିଧାୟକଙ୍କୁ ନବୀନଙ୍କ ନିଲମ୍ବନ ବିଜେଡି ରାଜନୀତିରେ ଲଗାଇଛି ନିଆଁ । ଦଳ ବିରୋଧୀ ଓ ବିଶ୍ୱାଘାତକର ଆଖ୍ୟା ଦେଇ ଦୁଇ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ସନା ମହାକୁଡ଼ଙ୍କ ନିଲମ୍ବନକୁ ନେଇ ଯେତିକି ଚର୍ଚ୍ଚା ହେଉନି, ତା ଠୁ ଅଧିକ ରହସ୍ୟମୟ ହୋଇଛି ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ । ଲଗାତାର ସନା ବିଜେଡି ବିରୁଦ୍ଧରେ କହିବା ଏବଂ ବିଜେପିକୁ ପ୍ରଶଂସା କରିବା ତାଙ୍କୁ ମହଙ୍ଗା ପଡିଛି । କିନ୍ତୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛର ସତ କ'ଣ ତାକୁ ନେଇ ଅନେକ ପ୍ରଶ୍ନ । ତେବେ ନିଲମ୍ବନ ପରେ ପାଟକୁରାରେ ଶକ୍ତି ପଦର୍ଶନ କରିଛନ୍ତି ଅରବିନ୍ଦ ।
📱 Get Argus News App
✨Related Topics
Explore more stories