|
logo
Live

Argus News - ପରାଜୟ ପରେ ବି ଭାଙ୍ଗୁନି ବିଜେଡିର ଅହଂକାର 

Odisha

ପରାଜୟ ପରେ ବି ଭାଙ୍ଗୁନି ବିଜେଡିର ଅହଂକାର 

Manini Pattanayak
Browse all articles by Manini Pattanayak
·1 year ago·2 min read
ପରାଜୟ ପରେ ବି ଭାଙ୍ଗୁନି ବିଜେଡିର ଅହଂକାର 

 ଭୁବନେଶ୍ୱର:   ପରାଜୟ ପରେ ବି ଭାଙ୍ଗୁନି ବିଜେଡିର ଅହଂକାର...ନିର୍ବାଚନ ହାରିବାର 4 ମାସ ନ ପୁରୁଣୁ ବିଜେଡି ବିଧାୟିକାଙ୍କ ବିତଣ୍ଡା ଯୁକ୍ତି...ପ୍ରମିଳା ମଲ୍ଲିକ କହିଲେ ଆଜି ଯଦି ନିର୍ବାଚନ ହୁଏ 140 ଆସନରେ ଜିତିବ ବିଜେଡି...ଜୟ ନାରାୟଣଙ୍କ କଡା କାଉଣ୍ଟର....କହିଲେ ଶାହାଙ୍କ ଗୋଟିଏ ସିଟିରେ ଭାଙ୍ଗିଯିବ ବିଜେଡି, ଆଗ 40 ଆସନରେ ଜିତି ଦେଖାଉ....ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବୟାନ ଆଉ ରହିବନି ବିଜେଡି।  24 ବର୍ଷ ସାସନରେ ଥିଲେ,  ଏବେ ବିରୋଧୀ ଆସନ ରେ ବସିଲେ । ୧୯ ନିର୍ବାଚନରେ ୧୧୨ ସିଟି ଜିତି ଏକା ସରକାର ଗଢ଼ିଥିବା ବିଜେଡି ଏଥର ୫୧ କୁ ଖସି ଆସିଲା । ୨୪ ବର୍ଷ ର ସରକାର କୁ ଲୋକେ ପରିବର୍ତ୍ତନ କରିଥିଲେ ବି ଭାଙ୍ଗୁନି ବିଜେଡି ର ଅହଙ୍କାର । ବିଜେଡ଼ି ଆଜି ବି ଏକ ନମ୍ବର ଓ ଆଜି ବି ଯଦି ନିର୍ବାଚନ ହୁଏ ତେବେ ବିଜେଡ଼ି 140 ସିଟ୍ ଜିତିବ ବୋଲି ଆଜି  ଗଣ ମାଧ୍ୟମରେ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।  ଗୋଟିଏ ପଟେ ବିଜେଡିରେ ଗେୋଷ୍ଠି କନ୍ଦଳ ଯୋଗୁଁ ଜଣେ ପରେ ଜଣେ ନେତା ଦଳର ପରାଜୟ ଓ ବରିଷ୍ଠଙ୍କୁ  ଅଣଦେଖା ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତିି । ତେବେ ପ୍ରସଙ୍ଗକୁ ଏଡାଇ ଗଣମାଧ୍ୟମ ଉପରେ ଦୋଷ ଠେଲିଛନ୍ତି ପ୍ରମିଳା । ତେବେ ପ୍ରମିଳାଙ୍କୁ କଡା ଜବାବ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଛନ୍ତି ବିଜେଡି ଆଗ 40 ସିଟ ଆଗ ଜିତି ଦେଖାନ୍ତୁ। 

 ଏହାରି ଭିତରେ ବିଜେଡି କୁ ଲାଗିଛି ଆଉ ଏକ ବଡ ଝଟକା । ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଗନ୍ଦିଆର ବିଜେଡି ବ୍ଲକ ଅଧ୍ୟକ୍ଷ୍ୟା ରୀନା ରାଣୀ ଖଟୁଆ । ରୀନା ଙ୍କ ସହ ପ୍ରାୟ 30 ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ  ବାସଭବନ ରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡି ରେ ଅଆଉ ଦ୍ବିତୀୟ ପିଢ଼ୀ ନେତା ନଥିବାରୁ ଆଗକୁ ଅଆଉ ବିଜେଡି ରହିବ ନାହିଁ ବେୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର । 

୨୪ ନିର୍ବାଚନ ପରାଜୟ ପରେ ବିଜେଡିରେ ଏବେ ଗୃହଯୁଦ୍ଧ ସ୍ଥିତି ଯାହାର  କେନ୍ଦ୍ରବିନ୍ଦୁରେ ପାଣ୍ଡିଆନ । କିଏ ଦଳ ଛାଡିଲାଣି ତ ଅଆଉ କିଏ ପାଣ୍ଡିଆନ ଆମ ନେତା ନଥିଲେ କହୀ ସ୍ବର ବଦଳାଇଲାଣି । ହେଲେ ଦଳୀୟ ସୁପ୍ରିମେୋ ଙ୍କ ଗୁଡ୍ ବୁକରେ ଏବେ ବି ପାଣ୍ଡିଆନ । ଦଳ ରେ ବିଶୃଙ୍ଖଳା ସ୍ଥିତି ଧିରେ ଧିରେ ବଢ଼ୁଥିବା ବେଳେ ନବୀନ ଏବେ ବି ନୀରବ। ଆଗକୁ ବିଜେଡି ଦଳ ସ୍ଥିତି କଣ ହେଉଛି ତା ଉପରେ ନଜର।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପରାଜୟ ପରେ ବି ଭାଙ୍ଗୁନି ବିଜେଡିର ଅହଂକାର  | Argus News