|
logo
Live

Argus News - ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ 

Odisha

ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ 

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ବାପା-ପୁଅ । ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୫ଟି ସ୍ଥାନରେ ଏକକାଳୀନ ରେଡ୍ । ଆଜି ସକାଳେ ଭିଜିଲାନ୍ସ ଟିମ୍‌ ସୁନୀଲଙ୍କ ଘର କବାଟ ନକ୍‌ କଲା ବେଳେ, ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ ଇଂଜିନୟର ସୁନୀଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । 

ଅଧିକ ପଢନ୍ତୁ : ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ ଚଢାଉ
ଜୁନିଅର ଇଂଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ଚାଲିଛି ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ କରିଛି । ସାହିରେ ଥିବା ଜଗବନ୍ଧୁଙ୍କ ଘରେ ଚଢ଼ାଉ ହେଉଛି । ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ଚଢାଉରେ 6 ଜଣ DSP, 3 ଜଣ ଇନସପେକ୍ଟର, 7 ଜଣ ASI ସାମିଲ ହୋଇଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ  | Argus News