Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧରାପଡିଲେ ଛାତ ଡେଇଁ ଚମ୍ପଟ ମାରିଥିବା ଜେଇ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଧରାପଡିଲେ ଛାତ ଡେଇଁ ଚମ୍ପଟ ମାରିଥିବା ଜେଇ

ଅର୍ଗସ ବ୍ୟୁରୋ: ଧରାପଡିଲେ ଛାତ ଡେଇଁ ଚମ୍ପଟ ଜେଇ । ରାତି ୪ଟାରୁ ଛାତ ଡେଇଁ ପଳାଇଥିଲେ। ଆଜି ସକାଳେ ଭିଜିଲାନ୍ସ ଟିମ୍‌ ସୁନୀଲଙ୍କ ଘର କବାଟ ନକ୍‌ କଲା ବେଳେ, ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ ଇଂଜିନୟର ସୁନୀଲ । ଆଉ ଏବେ ସେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭିଜିଲାନ୍ସ ଜାଲରେ ବାପା-ପୁଅ । ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୫ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା।

ଜୁନିଅର ଇଂଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ ।ଚଢାଉରେ 6 ଜଣ DSP, 3 ଜଣ ଇନସପେକ୍ଟର, 7 ଜଣ ASI ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
je in vigilance net | Argus News