ପ୍ରକାଶ ପାଇଲା ଜେଇଇ ମେନ୍ସ ପରୀକ୍ଷା ଫଳ: ୨୪ ଟପ୍ପରଙ୍କ ମଧ୍ୟରେ ଓଡ଼ିଆ ପୁଅ ଓମପ୍ରକାଶ

ଭୁବନେଶ୍ଵର: NTA ଦ୍ୱାରା ଆୟୋଜିତ ଜେଇଇ ମେନ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜେଇଇ ମେନ୍ ସେସନ-୨ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାନୁଆରୀ ୨୨, ୨୩,୨୪, ୨୮ ଓ ୨୯ ତାରିଖରେ ପରୀକ୍ଷାର ପ୍ରଥମ ଭାଗ ଅନୁଷ୍ଠିତ ହୋଇଥିଲା ଏବଂ ୨ୟ ସେସନ ଏପ୍ରିଲ ୨, ୩, ୪, ୭, ଏବଂ ୮ ତାରିଖରେ ଅନୁଷ୍ଠିତ ହୋଇଥିଲା । ପ୍ରତି ଥର ଭଳି CBT ମୋଡ଼ରେ ହୋଇଥିଲା ପରୀକ୍ଷା ।
ଦୁଇ ଝିଅ ସମେତ ୨୪ ଛାତ୍ରୀଛାତ୍ର JEE-MAINରେ ଶତ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏଥର ୧୫,୩୯,୮୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୧୪,୭୫,୧୦୩ ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।
୨୪ ଟପ୍ପରଙ୍କ ମଧ୍ୟରେ ଓଡ଼ିଆ ପୁଅ ଓମପ୍ରକାଶ ବେହେରା ଅଛନ୍ତି । ସେ ରାଜସ୍ଥାନ କୋଟାରେ ରହି ପାଠ ପଢ଼ୁଥିଲେ । ଅଧିକାଂଶ ଟପ୍ପର ରାଜସ୍ଥାନରୁ ହୋଇଛନ୍ତି । ନକଲି କାଗଜପତ୍ର ସମେତ ଅସାଧୁ ଉପାୟ ବ୍ୟବହାର କରିଥିବାରୁ ୧୧୦ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ସ୍ଥଗିତ ରଖାଯାଇଥିବା ଜାତୀୟ ପରୀକ୍ଷା ଏଜେନ୍ସି କହିଛି ।
📱 Get Argus News App
✨
JEE ଆଡଭାନ୍ସଡ-୨୦୨୫ ପାଇଁ କଟ୍-ଅଫ୍ ପ୍ରକାଶ ପାଇଛି, ଯେଉଁଥିରେ ୨,୫୦,୨୩୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଏପ୍ରିଲ ସେସନର ଚୂଡ଼ାନ୍ତ ଉତ୍ତର ମଧ୍ୟ ସରକାରୀ ୱେବ୍ସାଇଟରେ ଅପଲୋଡ ହୋଇଛି । ପରୀକ୍ଷାର୍ଥୀମାନେ https://jeemain.nta.nic.in/କୁ ଯାଇ ସେମାନଙ୍କର ଫଳାଫଳ ଏବଂ ଉଭୟ ଅଧିବେଶନର ମିଳିତ ଶତ ପ୍ରତିଶତ ନମ୍ବର ଯାଞ୍ଚ କରିପାରିବେ ।

