Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଚ୍ଚଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ବିକ୍ରମଦେବ ବିଶ୍ୱବିଦ୍ୟାଳୟ

Odisha

ଉଚ୍ଚଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ବିକ୍ରମଦେବ ବିଶ୍ୱବିଦ୍ୟାଳୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଉଚ୍ଚଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ବିକ୍ରମଦେବ ବିଶ୍ୱବିଦ୍ୟାଳୟ

ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ । ଏଣିକି ଆଉ ପିଲାଙ୍କୁ ଯିବାକୁ ପଡିବ ନାହିଁ ବାହାର ଜିଲ୍ଲାକୁ। ଖୁବଶୀଘ୍ର ଆରମ୍ଭ ହେବ ସ୍ଵତନ୍ତ୍ର କ୍ୟାମ୍ପସ୍ ଓ ନିଯୁକ୍ତି ହେବେ ସ୍ଥାୟୀ ଅଧ୍ୟାପକ । ବିକ୍ରମ ଦେବ ୟୁର୍ନିଭର୍ସିଟି ଯାଇ ସେଠାରେ ଥିବା ସମସ୍ୟା ଓ ଉନ୍ନତି ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍ । କେବଳ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଭୁଲି ଯାଇଥିଲେ ପୂର୍ବ ବିଜେଡି ସରକାର ।

ଆଗକୁ ନିଜ ଜିଲ୍ଲାରେ ମିଳିବ ଉଚିତ ଭିତ୍ତିଭୂମି ସହିତ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା । ପୂର୍ଣ୍ଣ ରୂପ ପାଇବାକୁ ଯାଉଛି କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ।

୧୯୪୭ ମସିହାରେ ବିକ୍ରମଦେବ ମହାବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଦୀର୍ଘ ବର୍ଷ ବିତିଥିଲେ ବି ଏହି ଜିଲ୍ଲା, ଉଚ୍ଚ ଶିକ୍ଷାକ୍ଷେତ୍ରରେ ଉନ୍ନତି କରି ପାରିନଥିଲା । ବାରମ୍ବାର ଦାବି ପରେ ୨୦୨୩ ମସିହା ଫେବୃଆରୀରେ ଏହାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ ତତ୍କାଳୀନ ବିଜେଡି ସରକାର । ବିକ୍ରମଦେବ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ବିଶ୍ବବିଦ୍ୟାଳୟ ନିୟମ ମୁତାବକ ଏହି କଲେଜର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ଗତ ସରକାରର ଏହି ପ୍ରତିଶ୍ରୁତି ଥିଲା ପାଣିର ଗାର । ଯାହାକୁ ପୂରଣ ପାଇଁ ଅଣ୍ଟା ଭିଡ଼ିଛି ବିଜେପି ସରକାର । ଦୀର୍ଘ ବର୍ଷ ହେଲା ବିଶ୍ବବିଦ୍ୟାଳୟରେ ଥିବା ସମସ୍ୟାର ସମାଧାନ ହେବାକୁ ଯାଉଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ଜୟପୁର ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହେଲେ କୋରାପୁଟ ସମେତ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ହୋଇପାରିବେ ଉପକୃତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jeypore Vikramdev University to set milestones in higher education | Argus News