ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା

Key Points
ଝାରପଡା ଦୁର୍ଗାପୂଜାର ବଦଳିଲା ଠିକଣା । ଜେଲ ରୋଡ଼ ଛକ ପରିବର୍ତ୍ତେ ହେବ ମେଳଣ ପଡ଼ିଆରେ ହେବ ଦୁର୍ଗାପୂଜା।
ଅନ୍ତ ହେଲା ବିବାଦ । ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା । ଚଳିତ ବର୍ଷ ଝାରପଡ଼ା ଦୁର୍ଗାପୂଜା ହେବ କି ନାହିଁ, ଯଦି ହେବ କିଏ କରିବ, କେଉଁଠି କରିବ ସେ ନେଇ ଲାଗି ରହିଥିବା ଦ୍ବନ୍ଦରେ ବିରାମ । ଝାରପଡା ଦୁର୍ଗାପୂଜାର ବଦଳିଲା ଠିକଣା । ଜେଲ ରୋଡ଼ ଛକ ପରିବର୍ତ୍ତେ ହେବ ମେଳଣ ପଡ଼ିଆରେ ହେବ ଦୁର୍ଗାପୂଜା। ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ଆଜି ମାଟି ଅନୁକୂଳ ହୋଇଛି । କୁଆଖାଇ ନଦୀ ପଠା ରୁ ମାଟି ଆସିବା ପରେ ମା ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯିବ।
୨୦୧୧ ମସିହାରେ ପ୍ରଥମ କରି ଝାରପଡ଼ାରେ ଗାଁ ଲୋକଙ୍କ ଦ୍ବାରା ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ଏହାପରେ ୧୪ ବର୍ଷ ଧରି ସୁରୁଖୁରରେ ପୂଜା ହୋଇ ଆସୁଥିଲା। କିନ୍ତୁ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ବିବାଦ ଏବେ ଝାରପଡ଼ା ଦୁର୍ଗାପୂଜାକୁ ନେଇ ସଂଶୟ ସୃଷ୍ଟି କରିଥିଲା। ତେବେ ପୂଜାକୁ ନେଇ ନୂଆ ଓ ପୁରୁଣା କମିଟି ଭିତରେ ଥିଲା ଦ୍ୱନ୍ଦରେ ପୂର୍ଣ୍ଣଛେଦ ପଡିଛି ।
ଅଧିକ ପଢନ୍ତୁ ଓଡିଶା ଖବର...