Videos
|
Odisha

ଝାରସୁଗୁଡାରେ ନେପାଳ ରୀତିନୀତିରେ ନବରାତ୍ରୀ ପୂଜା

Sangram Tripathy
Browse all articles by Sangram Tripathy
·1 year ago·1 min read
ଝାରସୁଗୁଡାରେ ନେପାଳ ରୀତିନୀତିରେ ନବରାତ୍ରୀ ପୂଜା

ଅର୍ଗସ ବ୍ୟୁରୋ:ନେପାଳ ରୀତିନୀତିରେ ଓଡ଼ିଶାରେ ନବରାତ୍ରୀ ପୂଜା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ସେକେଣ୍ଡ ବାଟାଲିୟନରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ଚାଲିଛି ମା ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ନବରାତ୍ରୀ ପୂଜାର୍ଚ୍ଚନା । ନେପାଳୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ପରିବାରର ମୁଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା ମୁଖ୍ୟ କମାଣ୍ଡେଣ୍ଟଙ୍କୁ ପରିବାରର ମୁଖ୍ୟ ବରିଷ୍ଠ ସଦସ୍ୟ ଭାବେ ଗ୍ରହଣ କରି ଆଶୀର୍ବାଦ ନେଇଥାନ୍ତି । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନେ ଏହି ସ୍ଥାନରେ ମା'ଙ୍କ ମନ୍ଦିର ନେପାଳ ସଂସ୍କୃତି ପରମ୍ପରା ଅନୁସାରେ ଅବିକଳ ଦେଖାଯାଉଥିବା ମନ୍ଦିର ତିଆରି କରିଛନ୍ତି ଏବଂ ନିଜ ନେପାଳ ଦେଶର ସଂସ୍କୃତି ପରମ୍ପରା ଅନୁସାରେ ମଧ୍ୟ ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି  ।

ଝାରସୁଗୁଡାରେ ଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନଙ୍କୁ ଅଧିକାଂଶ ଲୋକେ ଗୁରଖା ପୋଲିସ ଭାବରେ ଜାଣନ୍ତି । ନେପାଳ ଗୁରଖାମାନଙ୍କ ନବରାତ୍ରୀ ମା'ଙ୍କ ପୂଜା ହେଉଛି ମୁଖ୍ୟ ପର୍ବ । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବାପାଇଁ ସ୍ବତନ୍ତ୍ର ଜଣେ ନେପାଳି ପୂଜକ ରହିଛନ୍ତି । ପୂଜକ ଜଣକ ମଧ୍ୟ ଜଣେ ବେଟେଲିୟନ ପୋଲିସ କର୍ମଚାରୀ ।

ସେମାନେ ନବରାତ୍ରୀର ପ୍ରଥମ ଦିନରୁ ଏହି ପୂଜାରେ ପାଞ୍ଚପ୍ରକାର ବିହନକୁ ସ୍ବତନ୍ତ୍ର ସ୍ଥାନରେ ବୁଣିଥାନ୍ତି। ତାହା ଦଶମୀ ଆସିବା ଯାଏ ବିହନରୁ ଗଜା ବାହାରି ଯାଇଥାଏ ଏବଂ ଚାରାରେ ହୋଇଥାଏ । ସେହି ଛୋଟ ଛୋଟ ଚାରାକୁ ନବରାତ୍ରୀ ସରିବାପରେ ସମସ୍ତେ ଭାଗ କରି ଘରକୁ ନେଇ ଯାଇ ସ୍ବତନ୍ତ୍ର ଉତ୍ସବ ଭାବେ ପାଳନ କରିଥାନ୍ତି । ତେବେ ଓଡିଶାର ଝାରସୁଗୁଡାରେ ରହୁଥିବା ନେପାଳ ଦେଶର ଗୁରଖାମାନଙ୍କ ନେପାଳୀ ରୀତିନୀତିରେ ଏହି ନବରାତ୍ରୀ ପୂଜାର୍ଚ୍ଚନା ରାଜ୍ୟ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jharasugudare nepala reetinitire nabaratri puja | Argus News