Videos
|
Odisha

Khandia Bhuta / ଝାରସୁଗୁଡ଼ାରେ ହଠାତ ମାଡ଼ି ଆସିଲା ଖଣ୍ଡିଆ ଭୁତ...

Rashmita Mishra
Browse all articles by Rashmita Mishra
·1 month ago·2 min read
ଝାରସୁଗୁଡ଼ାରେ ହଠାତ ମାଡ଼ି ଆସିଲା ଖଣ୍ଡିଆ ଭୁତ...
Khandia Bhuta

Key Points

ମାଡ଼ିଆସିଲା ଖଣ୍ଡିଆ ଭୁତ ଉଡ଼ାଇ ନେଲା ପୋଲିସ କ୍ୟାମ୍ପ୍‌
ଝାରସୁଗୁଡ଼ାରେ ହଠାତ ମାଡ଼ି ଆସିଲା ଖଣ୍ଡିଆ ଭୁତ...
ସୁସୁ ଗର୍ଜନ କରି ପୋଲିସ କ୍ୟାମ୍ପ୍‌ ଠାରୁ ଟେଣ୍ଟ ସବୁ ଉଡ଼ାଇ ନେଇ ପଳାଇଲା ।

ଝାରସୁଗୁଡ଼ାରେ ହଠାତ ମାଡ଼ି ଆସିଲା ଖଣ୍ଡିଆ ଭୁତ... ସୁସୁ ଗର୍ଜନ କରି ପୋଲିସ କ୍ୟାମ୍ପ୍‌ ଠାରୁ ଟେଣ୍ଟ ସବୁ ଉଡ଼ାଇ ନେଇ ପଳାଇଲା । ଭୟରେ ଦଉଡ଼ିଲେ ପୋଲିସଙ୍କ ଠାରୁ ସ୍ଥାନୀୟ ଲୋକେ । ୧୦୦ ଫୁଟ ଉଚ୍ଚରେ ମାଡ଼ି ଆସିଥିଲା ଭୟଙ୍କର ଖଣ୍ଡିଆ ଭୁତ ।

ହଠାତ ଘୁରି ଘୁରି ମାଡ଼ି ଆସିଲା ଖଣ୍ଡିଆ ଭୂତ । ସମସ୍ତେ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ତା ଆଗରେ ଯିଏ ଆସିଲା ତାକୁ ଉଡ଼ାଇ ନେଇ ପଳାଇଲା ଖଣ୍ଡିଆ ଭୁତ । ଏମିତି ଦୃଶ୍ୟକୁ ଦେଖି ଆତଙ୍କିତ ହୋଇପଡ଼ିଲେ ସ୍ଥାନୀୟ ଲୋକେ । ପୋଲିସଙ୍କ ଟେଣ୍ଟ ଆକାଶରେ ଉଡ଼ିଲା । ଏମିତି ଦୃଶ୍ୟ ଦେଖି ଦୌଡ଼ିଲେ ପୋଲିସଙ୍କ ଠାରୁ ପ୍ରଶାସନ । ଝାରସୁଗୁଡ଼ାରେ ପ୍ରକୃତିର କରାଳ ରୂପ ।

ଅଚାନକ ଆସିଛି ଆଉ ସବୁ କିଛି ଛାରଖାର କରିପକାଇଛି । ସମସ୍ତେ ଏମିତି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି କିଛିଦୃଶୃ ଝାରସୁଗୁଡ଼ାରେ BCGCL ପ୍ରକଳ୍ପର ଉଦ୍‌ଘାଟନ ପୂର୍ବରୁ ଦେଖିବାକୁ ମିଳିଥିଲା । କ୍ଷଣିକରେ ସବୁ କିଛି ଉଡ଼ାଇ ନେଇ ପଳାଇଛି ।

ଧିରେ ଧିରେ ଆରମ୍ଭ ହୋଇଥିଲା ପବନ । ଆଉ ଏହା ପରେ ପବନ ଖଣ୍ଡିଆ ଭୁତର ରୂପ ଧାରଣ କରିଥିଲା । ଛୋଟରୁ ବିଶାଳ ରୂପରେ ପରିଣତ ହୋଇଥିଲା ଘୂର୍ଣ୍ଣୀ ଝଡ଼ । ସୁସୁ ଗର୍ଜନ କରି ଘୁରି ଘୁରି ଖାଇବା ଷ୍ଟଲ ଠାରୁ ପୋଲିସ ଟେଣ୍ଟ ସବୁକୁ ଉଡ଼ାଇ ଛିନଛତର କରିପକାଇଲା । ଲୋକ ଏମିତି ଦୃଶ୍ୟକୁ ପ୍ରଥମ ଥର ପାଇଁ ଦେଖୁଥିଲେ । ଯଦି ଦେଖିବା ଲଖନପୁର ବ୍ଲକ୍ ଅଢ଼ାପଡ଼ାଠାରେ BCGCL ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ପୂର୍ବରୁ ଦେଖିବାକୁ ମିଳିଛି ଏହି ଭୟଙ୍କର ଦୃଶ୍ୟ ।

ଆକାଶ ପୁରା ସଫା ଥିଲା। କେହି ଭାବି ନଥିଲେକି ଏମିତି ହେବ । କିନ୍ତୁ ବାୟୁ ମଣ୍ଡଳରେ ଉଷ୍ମତା ବହୁତ ଅଧିକ ଥିଲା । ଆଉ ତାପରେ ଧିରେ ଧିରେ ପବନ ବହିବା ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ପରବର୍ତ୍ତି ସମୟରେ ଏହି ପବନ ବିଶାଳ ଘୁର୍ଣ୍ଣୀ ଝଡ଼ରେ ପରିଣତ ହୋଇଗଲା। ଘୁରି ଘୁରି ସବୁ ଉଡ଼ାଇ ନେଲା ।

ଧୂଳି ଧୂଆଁ ସହ ପବନର ବେଗ ଏତେ ଅଧିକ ଥିଲା ଯେ, କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଲେ ସ୍ଥାନୀୟ ଲୋକେ ଏବଂ ପ୍ରଶାସନ । ପବନର ଶକ୍ତି ଏତେ ଥିଲା ଯେ ଲୁହାର ବିଶାଳ ଷ୍ଟ୍ରକ୍ଚର ଦୋହଲି ଯାଇଥିଲା। କିନ୍ତୁ ହଠାତ ଯେମିତି ଘୁର୍ଣ୍ଣୀ ଝଡ଼ ଆରମ୍ଭ ହୋଇଥିଲା ଠିକ୍‌ ସେମିତି ହଟାତ ଆକାଶରେ ମିଳେଇ ଗଲା । ଘୁର୍ଣ୍ଣୀ ଝଡ଼ର ଶକ୍ତି କ୍ଷୁର୍ଣ୍ଣ ହୋଇଗଲା । ଏହା ପରେ ପ୍ରଶାସନ ପୁଣିଥରେ ଉଦଘାଟନ ସ୍ଥଳକୁ ସଜାଡ଼ି BCGCL ପ୍ରକଳ୍ପର ଉଦ୍‌ଘାଟନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Khandia Bhuta | Khandia Bhuta Suddenly Appears in Jharsuguda | Argus News