Videos
|
Odisha

Jharsuguda Fire / ଝାରସୁଗୁଡ଼ା ଭି-ମାର୍ଟ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଝାରସୁଗୁଡ଼ା ଭି-ମାର୍ଟ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
Jharsuguda Fire

Key Points

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
ଝାରସୁଗୁଡ଼ା ଭି-ମାର୍ଟ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ଦମକଳ ବାହିନୀର ଏକାଧିକ ଗାଡ଼ି

ଝାରସୁଗୁଡ଼ାରୁ ଆସିଛି ଏକ ବଡ଼ ଖବର... ସହର ଉପକଣ୍ଠ ସରବାହାଲ ଅଞ୍ଚଳରେ ହଠାତ୍ ଦେଖାଦେଇଛି ଭୟଙ୍କର ଅଗ୍ନିର ତାଣ୍ଡବ । ମୁହୂର୍ତ୍ତକ ମଧ୍ୟରେ ଆକାଶକୁ ଉଠିଥିବା କଳା ଧୂଆଁ ଓ ଲେଲିହାନ ଶିଖା ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି କରିଛି ଆତଙ୍କ । ଏକାସାଙ୍ଗରେ ଶଙ୍କର ଜୁଏଲର୍ସ ଓ ଭି-ମାର୍ଟ ସପିଂ ମଲ୍‌ରେ ଲାଗିଥିବା ନିଆଁ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଯାଇଥିଲା ।

ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଓ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । ନିଆଁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ୍‌କୁ ସନ୍ଦେହ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି ଏବଂ ପୁଲିସ ସହ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ଏହି ଭୟାବହ ଅଗ୍ନିକାଣ୍ଡକୁ ନେଇ ଏବେ ସମଗ୍ର ଝାରସୁଗୁଡ଼ାରେ ଚର୍ଚ୍ଚା ଜୋର ଧରିଛି ।

ଖବର ପାଇ ଘଟଣାସ୍ଥଳରେ ଏକାଧିକ ଦମକଳ ବାହିନୀର ଏକାଧିକ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସଂଦେହ କରାଯାଉଛି ।

ତେବେ ନିଆଁର ତୀବ୍ରତା ଅଧିକ ଥିବାରୁ ଏପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରି ନାହିଁ । ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳ ନିକଟକୁ ନଯିବାକୁ ପ୍ରଶାସନ ପରାମର୍ଶ ଦେଇଛି । ପୁଲିସ ମଧ୍ୟ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭିଡ଼କୁ ନିୟନ୍ତ୍ରଣ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored