Videos
|
Odisha

ପୁଣି ଦିପାଳୀଙ୍କୁ ଘଉଡାଇଲେ ଭୋଟର 

Manini Pattanayak
Browse all articles by Manini Pattanayak
·2 years ago·2 min read
ପୁଣି ଦିପାଳୀଙ୍କୁ ଘଉଡାଇଲେ ଭୋଟର 

ଝାରସୁଗୁଡା:  ସ୍କୁଟି ଚଢି ଆସିଥିଲେ ଭୋଟ୍‌ ମାଗିବାକୁ ମ୍ୟାଡାମ ଦିପାଳୀ ଦାସ। କିନ୍ତୁ ତାଙ୍କୁ ଯେ ଆଉ ଝାରସୁଗୁଡାବାସୀ  ଚାହୁଁନାହାଁନ୍ତି ବୋଲି ବୋଧ ହୁଏ ଜାଣି ପାରୁନାହାଁନ୍ତି ଦିପାଳୀ।  ଦେଖନ୍ତୁ ଏ ଭିଡିଓକୁ.. ଆଉ ଶୁଣନ୍ତୁ କି ପ୍ରକାରର ତାଙ୍କୁ ବିରୋଧ କରାଯାଉଛି। ବିରୋଧ କରୁଥିବା ସ୍ତ୍ରୀ ଲୋକଜଣଙ୍କ ବହୁତ ଜୋରର ରାଗି କହୁଛନ୍ତି ରାସ୍ତା ନାହିଁ.. ଖାଲି ଭୋଟ୍‌  ଦିଅ..  ଭୋଟ୍‌ ଦିଅ...  ଏ ରାସ୍ତା ଦେଖ୍‌ ଭୋଟ୍‌ ମାଗ୍‌ । ଏହାପରେ ଦିପାଳୀ କହୁଛନ୍ତି ମୁଁ  ରାସ୍ତା ବନେଇ ଦେବି.. କିନ୍ତୁ ଭୋଟ୍‌ର ଠିକ୍‌ ଦିପାଳୀଙ୍କୁ ଚିହ୍ନି ସାରିଛନ୍ତି ତେଣୁ ସାଙ୍ଗେ ସାଙ୍ଗେ  ସ୍ତ୍ରୀ ଲୋକ ଜଣଙ୍କ କହୁଛନ୍ତି ଖାଲି କହିଦେଉଛ କିନ୍ତୁ କାମ ନାହିଁ।

ଦିପାଲୀ ଦାସଙ୍କର  କିନ୍ତୁ ଭୋଟରଙ୍କୁ ଖାତିର  ନାହିଁ । ଭୋଟର ଜଣଙ୍କ ରାଗରୁ ଲାଗୁଛି ଦିପାଲୀ ଏମଏଲ ହେବା ପରେ କେବେ ବି  ଝାରସୁଗୁଡାର ବିଭିନ୍ନ ଅଞ୍ଚଳ, ଗ୍ରାମରେ ପାଦ ପକାଇନାହାଁନ୍ତି  ।  ଯଦି ପୂର୍ବରୁ ଯାଇ ଲୋକଙ୍କ ସମସ୍ୟା ବୁଝିଥାନ୍ତେ କିମ୍ବା ରାସ୍ତାଘଟାର ଅବସ୍ଥା ଦେଖିଥାନ୍ତେ ତେବେ ତାଙ୍କୁ ଆଜି ଏପରି ବିରୋଧର ସାମ୍ନା କରିବାକୁ ପଡିନଥାନ୍ତା।  ପୁର୍ନବାର ଝାରସୁଗୁଡାର ଏମଏଲଏ  ପାଇଁ ଟିକେଟ୍‌ ପାଇବା ପରେ ଭୋଟ୍‌ ମାଗିବାକୁ ଯାଉଛନ୍ତି ଯାହାକୁ  ଭୋଟର ମାନେ ପୁରା ବିରୋଧ କରୁଛନ୍ତି।  

ପୂର୍ବରୁ ମଧ୍ୟ ଆପଣମାନଙ୍କ ମନେ ଥିବ ଝାରସୁଗୁଡାର  ନିର୍ବାଚନ ମଣ୍ଡଳୀର କିର୍ମିରା ବ୍ଲକ ଝାରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଳିବେଉଁରା ଗ୍ରାମବାସୀ  ଦୀପାଲୀଙ୍କୁ ଘେରିଥିଲେ..   ଏମଏଲଏ ହେଲ କଣ କାମ କରିଛ? ପୁଣି ଚାଲି ଆସିଛ ଭୋଟ ମାଗିବାକୁ... ଭୋଟରଙ୍କର  ଏଭଳି ଅନେକ ପ୍ରଶ୍ନରେ ଘାଇଲା ହୋଇଥିଲେ ଦିପାଲୀ..ପୁଣି ସେଇ ସମାନ  ପରିସ୍ଥିତିର ସାମ୍ନା କରିଛନ୍ତି ନବ ଦାସଙ୍କ ଝିଅ ଦିପାଲୀ ଦାସ।   ଏଥର ଝାରସୁଗୁଡାରେ ଆଉ ଦୀପାଳୀ ନୁହଁନ୍ତି ଏହା ଆମେ କହୁନୁ କହୁଛି ଏହି ସବୁ   ଭିଡିଓ..  ଏଥର ପରିବର୍ତ୍ତନର ସ୍ୱର ଭୋଟରଙ୍କ କଣ୍ଠରେ ସ୍ପଷ୍ଟ ବାରି ହେଉଛି..  
 
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
jharsuguda voter exposed to deepali das, video viral | Argus News