Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିନ୍ନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲା ଛାଡି ବାଙ୍କୁରା ଜିଲ୍ଲାରେ

Ritu Das
Browse all articles by Ritu Das
·1 year ago·1 min read
ଜିନ୍ନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲା ଛାଡି ବାଙ୍କୁରା ଜିଲ୍ଲାରେ

ଅର୍ଗସ ବ୍ୟୁରୋ: ଜିନ୍ନତ୍ ପାଇଁ ନାକେଦମ ବନବିଭାଗ । ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି ବାଘୁଣୀ ଜିନ୍ନତ୍ । ଏକ ସପ୍ତାହ ଧରି ପଶ୍ଚିମବଙ୍ଗର ପୁରୁଳିଆ ଜିଲ୍ଲା ବାନ୍ଦଓ୍ବାନ ଅନ୍ତର୍ଗତ ରାଇକା ପାହାଡରେ ରହିବା ପରେ ୨୭ତାରିଖ ରାତିରେ ସ୍ଥାନ ପରିବର୍ତ୍ତନ କରି ବାନ୍ଦଓ୍ବାନ ଠାରୁ ୧୫ କି.ମି ଦୂର' ମାନବଜାର ୨ନମ୍ବର ବ୍ଲକ ଡାଙ୍ଗାରଡି ବିଟ ନିକଟସ୍ଥ ସୁନସୁନିଆ ପାହାଡକୁ ଯାଇଥିଲା ।

ହେଲେ ପୁଣିଥରେ ଗତକାଲି ରାତିରେ ପୁରୁଳିଆ ଜିଲ୍ଲା ଛାଡି ବାଙ୍କୁରା ଜିଲ୍ଲାକୁ ପ୍ରବେଶ କରିଛି ଜିନ୍ନତ୍ । ଏବେ ବାଙ୍କୁରା ଜିଲ୍ଲାର ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟ ଜଙ୍ଗଲରେ ଜିନ୍ନତ୍ ଅବସ୍ଥିତି ନେଇ ବନବିଭାଗ ଟ୍ରାକିଂରୁ ଜଣାପଡିଛି । ବାଘୁଣୀ କୁ ନେଇ ବାରୁଣିଆ , ଗୋପାଳପୁର , ଗୋସେଇଡିହି ଆଦି ଅଞ୍ଚଳରେ ମାଇକ ଯୋଗେ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ଆଜକୁ ଦୀର୍ଘ ୨୧ ଦିନ ଧରି ଜୀନ୍ନତ୍ ଶିମିଳିପାଳ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିବା ବେଳେ ଜୀନ୍ନତ୍ କୁ ପୁଣି ଶିମିଳିପାଳ ଫେରାଇ ଆଣିବା ପାଇଁ ବନବିଭାଗର ନିଦ ହଜିଗଲାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jinnat is now in Bankura district, leaving West Bengal's Purule district | Argus News