Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏକମାତ୍ର ଅପରେଟର ଭାବେ ସେପ୍ଟେମ୍ବରରେ ଯୋଡ଼ିଲା ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

Odisha

ଏକମାତ୍ର ଅପରେଟର ଭାବେ ସେପ୍ଟେମ୍ବରରେ ଯୋଡ଼ିଲା ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

Manini Pattanayak
Browse all articles by Manini Pattanayak
·2 years ago·2 min read
ଏକମାତ୍ର ଅପରେଟର ଭାବେ ସେପ୍ଟେମ୍ବରରେ ଯୋଡ଼ିଲା ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଆଜି ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବର ମାସରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ସେପ୍ଟେମ୍ବର ମାସରେ ନୂତନ ମୋବାଇଲ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ସେବା ପ୍ରଦାନକାରୀ ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ୯୮,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ, ବିଏସ୍‌ଏନ୍‌ଏଲ୍ ଏବଂ ୱି ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି । ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ପ୍ରାୟ ୧.୪୫ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ରହିଥିବା ଏଥିରେ ପ୍ରକାଶ ପାଇଛି ।

ଏଥିସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ଜିଓ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ତେବେ ଜିଓ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ସେପ୍ଟେମ୍ବର ମାସରେ ଗ୍ରାହକ ହରାଇବା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪ ଲକ୍ଷରୁ ଅଧିକ ହ୍ରାସ ପାଇ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୨ କୋଟିରେ ପହଁଚିଥିବା ଜଣାପଡିଛି ।
ଜାତୀୟ ସ୍ତରରେ ମଧ୍ୟ ଜିଓ ସେପ୍ଟେମ୍ବର ମାସରେ ସର୍ବାଧିକ ଗ୍ରାହକ ଯୋଡ଼ି ନିଜର ଆଧିପତ୍ୟ ବଜାୟ ରଖିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଜିଓ ଦେଶରେ ୩୪ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି, ଯାହା ଫଳରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪୯ ନିୟୁତରୁ ଅଧିକ ହୋଇଛି ଏବଂ ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ଏହା ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ସର୍ବାଧିକ ୪୩.୬% ଗ୍ରାହକ ବଜାର ଅଂଶ ଏବଂ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପସ୍ଥିତି ଥିବା ପ୍ରଥମ ଟେଲିକମ ଅପରେଟର ଅଟେ ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର୍ ସେବା ଆରମ୍ଭ କରିଛି । ଜିଓଏୟାରଫାଇବ‍ର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‍ ବ୍ରଡବ୍ୟାଣ୍ଡ୍‌‍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ । ଭୁବନେଶ୍ୱର ଓ କଟକ ସହରରେ ଜିଓ ଏୟାରଫାଇବର ସେବା ବେଶ ଆଦୃତ ହେବା ସହିତ ଉଭୟ ସହରର ସମସ୍ତ ଘର ଓ ବ୍ୟବସାୟଗୁଡିକୁ ଗୋଟିଏ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିପାରିବ ସୁଯୋଗ ପ୍ରଦାନ କରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jio, Airtel add nearly 48 lakh mobile subscribers in Sept, VIL loses 7.5 lakh users: Trai data | Argus News