Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାମ୍ନାକୁ ଆସିଲା ଜିରା ନଦୀ ପାଣିର ପରୀକ୍ଷା ରିପୋର୍ଟ

Odisha

ସାମ୍ନାକୁ ଆସିଲା ଜିରା ନଦୀ ପାଣିର ପରୀକ୍ଷା ରିପୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ସାମ୍ନାକୁ ଆସିଲା ଜିରା ନଦୀ ପାଣିର ପରୀକ୍ଷା ରିପୋର୍ଟ

Key Points

ବରଗଡ଼ ଜିରା ନଦୀର ପାଣି ପାଲଟିଛି ବିଷ
ଏଥଲାଗି ସଂପୂର୍ଣ୍ଣ ଦାୟୀ ବରଗଡ଼ ପୌର ପରିଷଦ
ସହରର ଅଳିଆ ଆବର୍ଜନା ନଦୀ ଗର୍ଭରେ କରାଯାଉଛି ଜମା
ସାମ୍ନାକୁ ଆସିଲା ଜିରା ନଦୀ ପାଣିର ପରୀକ୍ଷା ରିପୋର୍ଟ
ପିଇବାତ ଦୂରର କଥା ପାଣି ଗାଧେଇବା ପାଇଁ ବି ଅନୁପଯୁକ୍ତ

ଜିରାରେ ନଦୀରେ ଜହର ବୁଣାଯାଉଛି । ସହରର ସବୁ ଆବର୍ଜନା ନେଇ ଜିରା ନଦୀ ମଝିରେ ପକାଯାଉଛି। ଜଣାପଡ଼ିଛି ପ୍ରତିଦିନ ସହରର ଅଳିଆ ଆବର୍ଜନା ନେଇ ଜିରା ନଦୀରେ ପକାଯାଉଛି। ଯାହାଫଳରେ ଜିରାର ନଦୀର ପାଣି ବିଷ ପାଲଟୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ତଥ୍ୟ ଏହା ଦେଖାଯାଇଛି। ଜିରା ନଦୀର ପାଣି ପରୀକ୍ଷା ପରେ ଜଣାପଡ଼ିଛି ଯେ ଜିରା ପାଣି ଗାଧୋଇବା ପାଇଁ ମଧ୍ୟ ଅନୁପଯୋଗୀ। ଏହାକୁ ପଶୁପକ୍ଷୀ ପିଇଲେ ତାଙ୍କ ପ୍ରାଣହାନୀର ଆଶଙ୍କା ରହିଛି। ଖାଲିସେତିକି ନୁହେଁ ବରଗଡ଼ର ଜୀବନରେଖା କୁହାଯାଉଥିବା ଜିରାରେ ମିଶୁଛି ଡ୍ରେନ୍ ପାଣି। ଆଉ ସହରର ହଜାର ହଜାର ଲୋକ ଏହି ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।


ବିଜେଡି ଦଖଲରେ ଥିବା ବରଗଡ଼ ପୌରପରିଷଦର କହିବା କଥା ସହରରେ 3ଟି ୱେଷ୍ଟ ପ୍ରୋସେସିଂ ୟୁନିଟ୍ ଅଛି। ହେଲେ ପ୍ରଶ୍ନ ଉଠୁଛି ଯଦି ଅଛି , କାହିଁକି ଜିରା ନଦୀରେ ବର୍ଜ୍ୟବସ୍ତୁ ପକାଉଛି ପୌରପରିଷଦ। ଯେଉଁ ନଦୀର ସୁରକ୍ଷା ଦାୟିତ୍ବ ପୌରପରିଷଦ ପାଖରେ ସେହି ନଦୀକୁ ନିଜେ ହତ୍ୟା କରୁଛି ବରଗଡ଼ ମ୍ୟୁନିସିପାଲିଟି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସହରବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିରା ପାଣି ବିଷାକ୍ତ ପାଲଟିବା ପ୍ରସଙ୍ଗ ବିଧାନସଭାରେ ବି ଉଠଇସାରିଛନ୍ତି ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ। ଯଦି ରାଜ୍ୟ ସରକାର ଜିରାକୁ ରକ୍ଷା କରିବାକୁ ତୁରନ୍ତ ଆଗେଇ ନଆସନ୍ତି ଜିରା ନଈରୁ ଜିରା ନର୍ଦ୍ଦମା ପାଲଟିବାକୁ ଆଉ ବେଶୀ ଦିନ ପାଲଟିବନି।

Raja Festival
Sponsored
Jira River water test report revealed | Argus News