Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଗଣାରେ ଟ୍ରେନିଂ ନେଇ ଏକାଥରେ ପାଇଲେ ୧୦୭ ଜଣ ଚାକିରି

Odisha

Skill Development / ମାଗଣାରେ ଟ୍ରେନିଂ ନେଇ ଏକାଥରେ ପାଇଲେ ୧୦୭ ଜଣ ଚାକିରି

Rashmita Mishra
Browse all articles by Rashmita Mishra
·3 months ago·2 min read
ମାଗଣାରେ ଟ୍ରେନିଂ ନେଇ ଏକାଥରେ ପାଇଲେ ୧୦୭ ଜଣ ଚାକିରି
Skill Development

Key Points

ଚାକିରୀ ପାଇଲେ ୧୦୭ ଜଣ ।
ଗୋଟିଏ ଅନୁଷ୍ଠାନ, ମାଗଣାରେ ଟ୍ରେନିଂ । 
ଏକାଥରେ ପାଇଲେ ୧୦୭ ଜଣ ଚାକିରି । 
ଶତାଧିକ ଛାତ୍ରଛାତ୍ରୀ ପାଇଲେ ପାରା ମିଲିଟାରୀରେ ନିଯୁକ୍ତି । 

ଗୋଟିଏ ଅନୁଷ୍ଠାନ, ମାଗଣା ରେ ଟ୍ରେନିଂ । ଏକାଥରେ ପାଇଲେ ୧୦୭ ଜଣ ଚାକିରି । ବ୍ରହ୍ମପୁର ଫିଜିକାଲ ଏକାଡେମୀର ମୁଖ୍ୟ ସୀମାଞ୍ଚଳ ବାରିକଙ୍କ ଠାରୁ ମାଗଣା ଶାରୀରିକ ତାଲିମ ନେଇ ଏକାଥରକେ ଶତାଧିକ ଛାତ୍ରଛାତ୍ରୀ ପାଇଲେ ପାରା ମିଲିଟାରୀରେ ନିଯୁକ୍ତି । ନିଯୁକ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଡେମୀ ପକ୍ଷରୁ ସାର୍ଟିଫିକେଟ, ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏକାଠି ପଢୁଥିଲେ, ଏକାଠି ଶାରୀରିକ ଶିକ୍ଷା ନେଲେ ଆଉ ଏବେ ଏକାଠି ପାଇଲେ ନିଯୁକ୍ତି । ଏମକେସିଜି ମେଡିକାଲର ଖେଳ ପଡ଼ିଆରେ ବ୍ରହ୍ମପୁର ଫିଜିକାଲ ଏକାଡେମୀ ପକ୍ଷରୁ ମାଗଣାରେ ତାଲିମ ନେଉଥିବା ୧୦୭ ଜଣ ଛାତ୍ରଛାତ୍ରୀ ଏସଏସସି -ଜିଡି ତଥା ପାରା ମିଲିଟାରୀରେ ନିଯୁକ୍ତି ପାଇଛନ୍ତି ।

ନିଯୁକ୍ତି ପାଇବା ପରେ ୯୦ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜ ଖେଳ ପଡ଼ିଆରେ ପହଞ୍ଚିଥିଲେ । ପାରା ମିଲିଟାରୀରେ ନିଯୁକ୍ତି ପାଇଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ଏକାଡେମୀ ପକ୍ଷରୁ ସାର୍ଟିଫିକେଟ, ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

କଟକ ଜିଲ୍ଲାର ବାଗଧରିଆ ଗାଁର ସଙ୍ଗୀତା ପ୍ରିୟଦର୍ଶନୀ । ଦୌଡ଼ ହେଉନଥିବା ଯୋଗୁଁ ସେ ଚିନ୍ତାରେ ଥିଲେ । ଦୁଇ ମାସ ଧରି ତାଲିମ ସହ ନିୟମିତ ଦୌଡ଼ କରିବା ଯୋଗୁଁ ସଫଳ ହୋଇପାରିଲେ। ନିଜ ଗାଁର ପ୍ରଥମ ଝିଅ ଭାବେ ପାରା ମିଲିଟାରୀରେ ଯୋଗ ଦେଇ ବେଶ ଖୁସି । ରାୟଗଡ଼ା ଜିଲ୍ଲା ଗୁଣୁପୁର ଗାଁର ସୋନାଲୀ ମଲ୍ଲିଫୁଲ । ପାରା ମିଲିଟାରୀ ପାଇଁ ପ୍ରଥମ ଲିଖିତ ପରୀକ୍ଷା ଦେବା ସମୟରେ ଦୁର୍ଘଟଣା ଘଟି ଗୋଡ଼ ଭାଙ୍ଗି ଯାଇଥିଲା । କିନ୍ତୁ ମନରେ ସେନା ବାହିନୀ ହେବାର ଦୃଢ଼ ଇଚ୍ଛାଶକ୍ତି ଥିବା ଯୋଗୁଁ ପୁଣି ଦୁଇ ମାସ ପରେ ଆଉ ଥରେ ପାରା ମିଲିଟାରୀ ଲିଖିତ ପରୀକ୍ଷା ଦେବା ସହ ଉତ୍ତୀର୍ଣ୍ଣ ହୋଇଥିଲେ ।

ନିଜ ପିଲା ମାନଙ୍କର ଏଭଳି ସଫଳତାକୁ ଦେଖି ଗର୍ବରେ ଛାତି କୁଣ୍ଡେମୋଟ ହୋଇଯାଉଥିବା କହିଛନ୍ତି ଅଭିଭାବକ ମାନେ । ସୀମାଞ୍ଚଳ ବାରିକଙ୍କ ଏଭଳି ମାଗଣାରେ ଶାରୀରିକ ତାଲିମ ଦେବା ଯୋଗୁଁ ଗତ ୫ ବର୍ଷ ମଧ୍ୟରେ ୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ସେନାବାହିନୀରେ ନିଯୁକ୍ତି ପାଇପାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Skill Development | 107 Candidates Get Jobs After Free Training Program | Argus News