ଚାକିରି ଅସଲି ଶିକ୍ଷକ ନକଲି,ବରଗଡ ପରେ ବଲାଙ୍ଗୀରେ ନକଲି ଶିକ୍ଷକ ମାଳମାଳ!

ଅର୍ଗସ ବ୍ୟୁରୋ: ଥରିଲେଣି ଶିକ୍ଷକ,ଘାରିଲାଣି ଡ଼ର। ଜିଲ୍ଲାରୁ ରାଜ୍ୟ ହଇଚଇ ଅଛନ୍ତି ଶତାଧିକ ନକଲି ଶିକ୍ଷକ। ଅସଲି ଚାକିରିରେ ନକଲି ଶିକ୍ଷକ,ପୂର୍ବରୁ ବିଜେଡି ସରକାରରେ କିଭଳି ରାଜ୍ୟରେ ଶିକ୍ଷାର ବ୍ୟବସ୍ଥା ବେହାଲ ହୋଇଥିଲା ତାହା ଜାଣନ୍ତି ଓଡ଼ିସାବାସୀ। ଅସଲି ଚାକିରିରେ ନକଲି ଶିକ୍ଷକଙ୍କ ପେଡି ଖୋଲୁଛି ,ଓଡ଼ିଶାରେ ହେଲାଣି ହଇଚଇ,ବରଗଡରୁ ବଲାଙ୍ଗୀର ଲମ୍ବିଛି ତାଲିକା! । କେବଳ ବରଗଡ଼ ଜିଲ୍ଲାରୁ ବାହାରିଲେଣି ମାଳମାଳ ନକଲି ଶିକ୍ଷକ। ଏଇ ତାଲିକା ଉପରେ ଟିକେ ନଜର ପକାନ୍ତୁ।
📱 Get Argus News App
✨ବରପାଲି ବ୍ଲକ ଧୀରପୁର ଗାଁର ରୋହିତ କୁମାର ଭୋଇ, ଆନ୍ନାମଲାଇ ୟୁନିଭର୍ସିଟି ନାଁରେ ନକଲି ବିଇଡି ସାର୍ଟିଫିକେଟ ଦେଇ ହାତେଇଛନ୍ତି ଚାକିରି । ଏବେ ଗୁମର ଖୋଲିବା ପରେ ଅସୁସ୍ଥତା ଦର୍ଶାଇ ଛୁଟିରେ ଯାଇଛନ୍ତି। ଆଉ ଇଏ ହେଉଛି ତାଙ୍କ ଛୁଟି ଦରଖାସ୍ତ। ସେହିପରି ଭେଡେନ ବ୍ଲକ ବରମକେଲାର ମିଲନ କୁମ୍ଭାର, ବରପାଲି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ସିଏ ମଧ୍ୟ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାର ଅଭିଯୋଗ ରହିଛି।
ସବୁଠୁ ବଡ଼ କଥା ହେଉଛି ଅର୍ଗସରେ ଖବର ପ୍ରସାରଣ ପରେ ମିଲନ ଚାକିରିରୁ ଇସ୍ତଫା ଦେଇ ଖସିଯିବାକୁ କରୁଥିଲେ ଉଦ୍ୟମ କରୁଥିବା ଜାଣିପଡିଛି। ହେଲେ ତାଙ୍କ ଇସ୍ତଫା ଗ୍ରହଣ କରିନଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ ବରପାଲି ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର। ଖାଲି ବରଗଡ଼ ନୁହେଁ ଦିନେ ଫେକ ସାର୍ଟିଫିକେଟଧାରୀଙ୍କ ହବ୍ ପାଲଟିଥିବା ବଲାଙ୍ଗିରରେ ବି ପୁଣି ଧରାପଡିଲେଣି ନକଲି ଶିକ୍ଷକ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଲୋକାପଡା ହାଇସ୍କୁଲର ଖେଳ ଶିକ୍ଷକଙ୍କ ସାର୍ଟିଫିକେଟକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ସେ ଦ୍ବାଦଶ ସାର୍ଟିଫିକେଟ ଦାଖଲ ନକରି ଚାକିରି କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଏପଟେ ସ୍କୁଲର ପ୍ରଧାନଶିକ୍ଷକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।
ବରଗଡ଼ରେ ନକଲି ଶିକ୍ଷକଙ୍କ ଏ ଲମ୍ବା ତାଲିକା ସାମ୍ନାକୁ ଆସିବାପରେ ପୁରା ଜିଲ୍ଲାରେ ଏବେ ହଇଚଇ । ଜିଲ୍ଲା ଅଭିଭାବକ ସଙ୍ଘ ଏନେଇ ଡିଇଓଙ୍କୁ ଭେଟି ଶୀଘ୍ର ତଦନ୍ତ ପାଇଁ ଦାବି ଜଣାଇବ ବୋଲି କହିଛି। ଯଦି ତଦନ୍ତ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏପଟେ ତଦନ୍ତ ପାଇଁ ପ୍ରତିଟି ବ୍ଲକର ବିଇଓଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
୨୪ ବର୍ଷୀୟ ପୂର୍ବ ସରକାରର କ୍ଷମତାଧାରୀ ନେତାଙ୍କ ବଳରେ ବଳିୟାନ ଥିଲେ କି ଏହି ସବୁ ନକଲି ଶିକ୍ଷକ ? କାହା ସାହାସରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିଲେ ସାଂଘାତିକ ଖେଳ ? ଉଚ୍ଚସ୍ତରୀୟ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।