Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୋଡ଼ା ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସାଲିଟି ମାନ୍ୟତା ଦିଆଯାଉ

Odisha

ଯୋଡ଼ା ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସାଲିଟି ମାନ୍ୟତା ଦିଆଯାଉ

Ritu Das
Browse all articles by Ritu Das
·1 year ago·2 min read
ଯୋଡ଼ା ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସାଲିଟି ମାନ୍ୟତା ଦିଆଯାଉ

କେନ୍ଦୁଝର ଜିଲ୍ଲାର ଖଣିଜ ଅଞ୍ଚଳରେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲି ଆସୁଥିବା ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟ ନେଇ କେନ୍ଦୁଝର ସାଂସଦ ଅନନ୍ତ ନାୟକ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଥିବା ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲର ମାନ୍ୟତା ପ୍ରଦାନ କରିବାକୁ ଦାବି କରି ଏକ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯୋଡା- ବଡ଼ବିଲ ଖଣି ଅଞ୍ଚଳ ଦେଶର ସବୁଠାରୁ ବଡ ଲୌହ ଓର ଉତ୍ପାଦକ ଅଞ୍ଚଳ ମଧ୍ୟରେ ଅନ୍ୟତମ । ତେଣୁ ଏହି ଅଞ୍ଚଳରେ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନ କରିଯିବାର ଆବଶ୍ୟକତା ରହିଛି । ଶ୍ରୀ ନାୟକ ଆଗକୁ ତାଙ୍କ ପତ୍ରରେ କହିଛନ୍ତି ଯେ କେନ୍ଦୁଝର ଭାରତର ଲୌହ ଖଣିଜ ଉତ୍ପାଦନରେ ପାଖାପାଖି ୩୦ ପ୍ରତିଶତ ଯୋଗଦାନ ଦେଇଥାଏ । ଏଠାରେ ୩୭ଟି ଖନନ ପ୍ରକଳ୍ପ ଚାଲୁ ରହିଛି ଓ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଖନନ କାର୍ଯ୍ୟ ଉପରେ ନିର୍ଭରଶୀଳ। ଏହା ସତ୍ତ୍ବେ ଏହି ଅଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି। 


ଶ୍ରୀ ନାୟକ କହିଛନ୍ତି ଯେ ଖଣି ଅଞ୍ଚଳରେ ବ୍ୟାପକ ଖଣି ଓ ପରିବହନ କାର୍ଯ୍ୟକଳାପ ବେଳେ ପ୍ରତିଦିନ ସଡକ ଦୁର୍ଘଟଣା ଘଟୁଛି, ଯାହାର ଫଳରେ ପ୍ରାୟତଃ ଚିକିତ୍ସା ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ଅଞ୍ଚଳର ଚିକିତ୍ସା ଭିତ୍ତିଭୂମି ଲୋକମାନଙ୍କର ଆବଶ୍ୟକତା ପୂରଣ କରିପାରୁନାହିଁ। ଯୋଡା ଓ ବଡବିଲ୍ ଖଣି ଅଞ୍ଚଳରୁ ସବୁଠାରୁ ନିକଟତମ ବଡ଼ ଚିକିତ୍ସା ସୁବିଧା କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ପ୍ରାୟ ୯୦ କି.ମି. ଦୂରରେ ଅବସ୍ଥିତ। ତେଣୁ ସେମାନଙ୍କୁ ସଠିକ ସମୟରେ ଜରୁରୀକାଳୀନ ଚିକିତ୍ସା ମିଳିପାରୁ ନାହିଁ । ସେ ପତ୍ରରେ ଲେଖିଛନ୍ତି ଯେ ଯୋଡ଼ାରେ ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକ ମାନଙ୍କ ପାଇଁ ଏକ ଇଏସଆଇ ହସ୍ପିଟାଲ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଇଏସଆଇ ହସ୍ପିଟାଲରେ କର୍ମଚାରୀ ଓ ସମ୍ବଳର ଘୋର ଅଭାବ ରହିଛି। ଏଠାରେ ୫୧ ସ୍ୱୀକୃତ ପଦ ଥିବା ବେଳେ ମାତ୍ର ୮ଟି ପଦ ପୂରଣ ହୋଇଛି । ଶ୍ରୀ ନାୟକ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ଦିନ ତଳେ ବିଭିନ୍ନ ଶିଳ୍ପାଞ୍ଚଳରେ ଶହେଟି ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଯୋଡା ସ୍ଥିତ ଇଏସଆଇ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଏହି ଯୋଜନାରେ ସାମିଲ କରିବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ଇଏସଆଇ ହସ୍ପିଟାଲକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ଅପଗ୍ରେଡ କରା ଗଲେ ଏହି ଜନଜାତି ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ମଜଭୁତ ହେବା ସହିତ ହଜାର ହଜାର ସଂଖ୍ୟାରେ କାମ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକମାନଙ୍କୁ ଠିକ ସମୟରେ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ମିଳି ପାରିବ । ଶ୍ରୀ ନାୟକ ଏହି ପ୍ରସଙ୍ଗରେ ନେଇ ଡ. ମାଣ୍ଡଭିୟଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବା ସହ କେନ୍ଦୁଝରର ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ସକାରାତ୍ମକ ପ୍ରତିକ୍ରିୟା ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି।

Sponsored
joda-esi-hospital-to-be-given-super-specialty-status | Argus News