ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ
·1 year ago·1 min read

Key Points
ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ
ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଘ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ଚଢଉ
ଭୁବନେଶ୍ବର ଅଫିସ, ଗୋଠପାଟଣା ଆପାର୍ଟମେଶ୍ଟ, ଚନ୍ଦ୍ରଶେଖରପୁର ବାସଭବନରେ ଚଢଉ
ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଘ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଳାହାଣ୍ଡି ଓ ନବରଂଗପୁରର ୮ଟି ସ୍ଥାନରେ ଚଢଉ କରୁଛି । ଭୁବନେଶ୍ବରର ମୃତ୍ତିକା ସଂରକ୍ଷଣ ବିଭାଗରେ ଥିବା ତାଙ୍କ ଅଫିସ, ଗୋଠପାଟଣାରେ ଥବା ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ବାସଭବନରେ ଚଢଉ ଚାଲିଛି ।
କଳାହାଣ୍ଡି ଜୁନାଗଡରେ ଥିବା ତାଙ୍କ ପୈତୃକ ଘର, ଧର୍ମଗଡରେ ଥିବା ଶ୍ବଶୁର ଘର, ନବରଂଗପୁରରେ ନିର୍ମାଣାଧୀନ ଘର ଓ ଦୁଇଜଣ ସମ୍ପର୍କୀୟଙ୍କ ନାଁରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢଉ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: