Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଗତଜୀବନ ପଣ୍ଡା ଓ ବାପି ପଣ୍ଡା ମୁହାଁମୁହିଁ

Smruti Parija
Browse all articles by Smruti Parija
·1 year ago·1 min read
ଜଗତଜୀବନ ପଣ୍ଡା ଓ ବାପି ପଣ୍ଡା ମୁହାଁମୁହିଁ

ଥମୁନି ଯାତ୍ରା କଳାକାର-ମାଲିକ ବିବାଦ । ମୁହାଁମୁହିଁ ଜଗତଜୀବନ ପଣ୍ଡା ଓ ବାପି ପଣ୍ଡା । କଳାକାର ବାପି ପଣ୍ଡାଙ୍କ ମନ୍ତବ୍ୟକୁ ନିନ୍ଦା ସହ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରା ମୁଖ୍ୟ ପରିଚାଳକ ଜଗତଜୀବନ ପଣ୍ଡା । କେଉଁ କଳାକାର ଓ କର୍ମଚାରୀଙ୍କୁ ତାଙ୍କ ଯାତ୍ରା ପାର୍ଟି ପାରିଶ୍ରମିକ ଦେଇନାହିଁ ପ୍ରମାଣ ଦିଅନ୍ତୁ । ନିଜ ଭୁଲ ମନ୍ତବ୍ୟ ପାଇଁ ବାପି ପଣ୍ଡା କ୍ଷମା ପ୍ରାର୍ଥନା ମାଗନ୍ତୁ ନଚେତ୍ ଆଉ ମୁହଁରେ ରଙ୍ଗ ଓ ପାଉଡର ଲଗାଇ ଯାତ୍ରା ପେଣ୍ଡାଲକୁ ଉଠିପାରିବେ ନାହିଁ ବୋଲି ଖୋଲା ଚେତାବନୀ ଦେଇଛନ୍ତି ଜଗତଜୀବନ ପଣ୍ଡା ।


ସେପଟେ ଜଗତଜୀବନ ପଣ୍ଡାଙ୍କୁ ବାପି ପଣ୍ଡାଙ୍କ ଜବାବ- କୋଉ ଗାଈର ଗୋବର ତୁମେ । ପାଉଡର୍ ମାରି ତୁମ ପାର୍ଟିକୁ ଯିବି, ରୋଲ୍ କରିବି, ତୁମେ କିଏ ହୋ । ମାଲିକର ତେଲ ମାରିବାକୁ ଆସିଲ ଚାମଚା । ଯେଉଁ କଳାକାର ଟଙ୍କା ପାଇ ନାହାନ୍ତି ସେମାନଙ୍କୁ ଆଗ ଟଙ୍କା ଦିଅ । ୪ ମାସ ହେଲା ପେମେଣ୍ଟ ଦେଉନଥିବା ଅଭିଯୋଗ ଆଣିଲେ ବାପି ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jollywood-controversy-face-off-between-jagatjanani-panda-and-bapi-panda | Argus News