Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ବାଦିକାଙ୍କ ମୃତ୍ୟୁ ମାମଲା: ଦେଢଶୁରକୁ ଅଟକ ରଖିଲା ପୋଲିସ

Manini Pattanayak
Browse all articles by Manini Pattanayak
·1 year ago·1 min read
ସାମ୍ବାଦିକାଙ୍କ ମୃତ୍ୟୁ ମାମଲା: ଦେଢଶୁରକୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ଲାଇଭ ଭିଡିଓ ପରେ ସାମ୍ବାଦିକାଙ୍କ ମୃତ୍ୟୁ ମାମଲା। ସ୍ବାମୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦେଢଶୁର ଅଟକ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡିସିପି । ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା ଆରମ୍ଭ କରିଛି । ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ସାମ୍ବାଦିକାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ ।

ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି ।

ଅଧିକ ପଢନ୍ତୁ : ସାମ୍ୱାଦିକା ମୃତ: ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କଲା ପୋଲିସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Journalist death case after live video. While the husband was arrested by the police, brother in law remained in detention | Argus News