Videos
|
Odisha

ସାମ୍ବାଦିକଙ୍କୁ ହାତ ବାନ୍ଧି ଗାଁ ସମ୍ମୁଖରେ ନିସ୍ତୁକ ମାଡ଼

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସାମ୍ବାଦିକଙ୍କୁ ହାତ ବାନ୍ଧି ଗାଁ ସମ୍ମୁଖରେ ନିସ୍ତୁକ ମାଡ଼

Key Points

ବଲାଙ୍ଗୀର ସାମ୍ବାଦିକଙ୍କୁ ହାତ ବାନ୍ଧି ଗାଁ ସମ୍ମୁଖରେ ନିସ୍ତୁକ ମାଡ଼ ଅଭିଯୋଗ । ମୁଖ୍ୟ ଅଭିଯୁକ୍ତ ଜଣେ ବିଜେଡି ନେତା ତଥା ଠିକାଦାର ବୋଲି ଜଣାପଡିଛି।

ବଲାଙ୍ଗୀର ସାମ୍ବାଦିକଙ୍କୁ ହାତ ବାନ୍ଧି ଗାଁ ସମ୍ମୁଖରେ ନିସ୍ତୁକ ମାଡ଼ ଅଭିଯୋଗ । ମୁଖ୍ୟ ଅଭିଯୁକ୍ତ ଜଣେ ବିଜେଡି ନେତା ତଥା ଠିକାଦାର ବୋଲି ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗୀର ର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପ୍ରଧାନ ଏକ ଗାଁ କୁ ଖବର ସଂଗ୍ରହ କରିବାକୁ ଯାଇଥିଲେ। ସେଠି ସଂପୃକ୍ତ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଓ ତାଙ୍କ ଗୁଣ୍ଡା ମାନେ ବିଜୟଙ୍କୁ କାବୁ କରି ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀ ଦେଖଣାହାରୀ ସାଜିଥିଲେ। ଅନ୍ୟପଟେ ଦୁଇ ଘଣ୍ଟାର ନିର୍ଯାତନା ପରେ ତାଙ୍କୁ ଏହି ଘଟଣା ପ୍ରଘଟ ନ କରିବା ପାଇଁ ଏକ ମନ୍ଦିରରେ ଶପଥ କରାଇ ଥିଲେ।


ତେବେ କୌଣସି ମତେ ବିଜୟ ସେଠାରୁ ଖସି ଆସିଥିଲେ। ମାମଲା ଥାନାରେ ପହଞ୍ଚି ଥିଲା। ମୁଖ୍ୟ ଅଭିଯୁକ୍ତ ତଥା ଠିକାଦାର ଗଜେନ୍ଦ୍ର ଦଳେଇ ଏବଂ ତାଙ୍କ ପୁତୁରା ଫେରାର ଅଛନ୍ତି । ପୁଇଁନ୍ତଳା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଥିବା ସୂଚନା ମିଳିଛି । ଗତ ବିଧାନସଭା ନିର୍ବାଚନରେ ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଙ୍କ ସହ ମୁଖ୍ୟ ଅଭିଯୁକ୍ତର ଏକ ଫୋଟୋ ବିଜେଡି ଲିଙ୍କ ନେଇ ସନ୍ଦେହ ତିଆରି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Journalist tied up and brutally beaten in front of village | Argus News