journalists special bill / ଚତୁର୍ଥ ସ୍ତମ୍ଭ ଅବହେଳିତ...ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବିଲ ଦାବି
·5 months ago·2 min read

Key Points
ସାମ୍ବାଦିକ ମାନେ ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାବେଳେ କିନ୍ତୁ ସେମାନେ ନିଜେ ଦୁଃଖରେ କାଳାତିପାତ କରୁଛନ୍ତି କିନ୍ତୁ ସାମ୍ବାଦିକ ଅନେକ ଝଡଝଞ୍ଜା ମଧ୍ୟରେ କାମ କରୁଥିବା ବେଳେ ସେମାନଙ୍କ ପାଇଁ ଦୀର୍ଘଦିନ ଧରି ପେନସନ ଦାବି କରି ଆସୁଛନ୍ତି।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକତା। କିନ୍ତୁ ସରକାରୀ ସ୍ତରରେ ସମ୍ବାଦିକଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଉନାହାନ୍ତି ଯାହାକୁ ନେଇ ସରକାରଙ୍କ ଉପରେ ବିଷଦଗାର କରି ସାମ୍ବାଦିକଙ୍କ ଦାବି ପ୍ରତି ଗୁରୁତ୍ୱ ଦେଇ ଚଳିତ ବିଧାନସଭା ବଜେଟରେ ଘୋଷଣା କରିବାକୁ ଦାବି କରିଛି ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ । ଆଜି ଏନେଇ ନବରଙ୍ଗପୁରଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ମୁଖ୍ୟ ସୁବ୍ରତ ନନ୍ଦ ଦାବି କରି ସରକାର ସେଥିପ୍ରତି ସଜାଗ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସାମ୍ବାଦିକଙ୍କ ପାଇଁ ସାଧାରଣ ଜନତାଙ୍କ ସ୍ୱର ସାଜି କାର୍ଯ୍ୟ କରୁଥିବା ବେଳେ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି।
ସାମ୍ବାଦିକ ମାନେ ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାବେଳେ କିନ୍ତୁ ସେମାନେ ନିଜେ ଦୁଃଖରେ କାଳାତିପାତ କରୁଛନ୍ତି କିନ୍ତୁ ସାମ୍ବାଦିକ ଅନେକ ଝଡଝଞ୍ଜା ମଧ୍ୟରେ କାମ କରୁଥିବା ବେଳେ ସେମାନଙ୍କ ପାଇଁ ଦୀର୍ଘଦିନ ଧରି ପେନସନ ଦାବି କରି ଆସୁଛନ୍ତି। କିନ୍ତୁ ସରକାର ଏଥିପାଇଁ ସଜାଗ ନ ହୋଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବିଲ ଆଣିବା ପାଇଁ ଦାବି କରିଛନ୍ତି। କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ନିଯୁକ୍ତ JELC ପକ୍ଷରୁ ବ୍ୟାପକ ଚଞ୍ଚକତା ଓ ଦୁର୍ନୀତି କରାଯାଇଥିବା ଅଭିଯୋଗ କରିଛି ସଙ୍ଗଠନ। ରାଜ୍ୟ ସରକାରଙ୍କ ବିନା ଅନୁମୋଦନରେ ବିଭିନ୍ନ ସ୍କୁଲରେ ଶିକ୍ଷକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ସରକାରଙ୍କ ଶିକ୍ଷା ବିଭାଗର ବିନା ଅନୁମୋଦନରେ ବ୍ୟାପକ ଅର୍ଥ କାରବାର କରାଯାଇ ନାମକୁ ମାତ୍ର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇଛି । ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗର କେତେକ ଅଧିକାରୀ ଏହି କାରବାର ସହିତ ସଂପୃକ୍ତ ରହି ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ଉପରେ ଚାପ ପ୍ରୟୋଗ କରି ନିଯୁକ୍ତି କରିବାକୁ ଚେଷ୍ଟା ଚଲାଇଥିବା ଅଭିଯୋଗ କରିଛି ସଂଗଠନ । ରାଜ୍ୟ ସରକାର ଯେତେବେଳେ ସମସ୍ତ ସ୍କୁଲକୁ ଆନୁସଙ୍ଗିକ ଗ୍ରାଣ୍ଟ ଏବଂ ଦରମା ଦେଉଛନ୍ତି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଜେ.ଏଲ.ସି. ପକ୍ଷରୁ କିଭଳି ଏଭଳି ନିଯୁକ୍ତି ଦିଆଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଅଭିଯୋଗ କରି ସଂଗଠନ ପକ୍ଷରୁ ଆଜିର ଏହି ସମ୍ବାଦିକ ସମ୍ମଳନରେ ନିଯୁକ୍ତିକୁ ବାତିଲ କରିବା ଓ ଏଭଳି ବେନିୟମ ନିଯୁକ୍ତି ହୋଇଥିବା ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଓ ବେକାରୀ ସମସ୍ୟାକୁ ଆଖୁ ଆଗରେ ରଖି ନିଯୁକ୍ତିରେ ସ୍ୱଚ୍ଛତା ଆଣିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories