|
logo
Live

Argus News - ପ୍ରଶିକ୍ଷଣ ବର୍ଗରେ ବିଜେପି ବିଧାୟକ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ

Odisha

ପ୍ରଶିକ୍ଷଣ ବର୍ଗରେ ବିଜେପି ବିଧାୟକ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ

Banajyotshna Ray
Browse all articles by Banajyotshna Ray
·12 months ago·2 min read
ପ୍ରଶିକ୍ଷଣ ବର୍ଗରେ ବିଜେପି ବିଧାୟକ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଶ୍ରୀ ସ୍ବାମୀ ନାରାୟଣ ମନ୍ଦିରରେ ଚାଲିଛି ବିଜେପି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ । ତିନି ଦିନିଆ ପ୍ରଶିକ୍ଷଣ ବର୍ଗକୁ ଉଦ୍ଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପ୍ରଶିକ୍ଷଣ ଶିବିରରେ 1 ଘଣ୍ଟାରୁ ଅଧିକ ସମୟ ଧରି ସାଂସଦ, ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଢ଼ାଇଲେ ପାଠ । ପ୍ରଥମ ସେସନ୍ ରେ ସରକାର, ସଂଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ 14ଟି ବିନ୍ଦୁ ଉପରେ ଦେଇଥିଲେ ପରାମର୍ଶ ।ଏବେ ନଜର ପକାନ୍ତୁ, ବିଧାୟକ, ସାଂସଦଙ୍କୁ କଣ ଟାସ୍କ ଓ ଟିପ୍ସ ଦେଲେ ନଡ୍ଡା ।

() ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ... ଓ ସେମାନଙ୍କୁ ସରକାରୀ ଯୋଜନାର ଲାଭ ପହଁଞ୍ଚାଅ
() ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବାର କଳା ଶିଖ...
() ସରକାର ସହ ସଂଗଠନକୁ ନେଇକି ଚାଲ
() ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର...
() ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଗ୍ରାଉଣ୍ଡରେ କେମିତି କାର୍ଯ୍ୟକାରୀ ହେଉଛି ତଦାରଖ କର
() ଅଙ୍ଗନବାଡି ଏବଂ ମେଡିକାଲରେ ଯାଇ ସମୟ ବିତାଅ

ଦ୍ଵିତୀୟ ସେସନ୍ ରେ ନଡ୍ଡାଙ୍କ ପରେ ସୋସିଆଲ ମିଡ଼ିଆ ସେସନ ନେଇଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ସୋସିଆଲ ମିଡ଼ିଆରେ ବିରୋଧୀଙ୍କୁ କେମିତି କାଉଣ୍ଟର କରାଯିବ, ଏହାସହ ସରକାରଙ୍କ ଲୋକାଭିମୁଖୀ ଯୋଜନା କେମିତି ପ୍ରଚାର ପ୍ରସାର ହେବ ସେ ନେଇ ଶିକ୍ଷା ଦେଇଥିଲେ ସମ୍ବିତ । ଆଉ ତୃତୀୟ ସେସନ୍ ରେ 'ସଂକଳ୍ପରୁ ସିଦ୍ଧି ଓ ମୋଦିଙ୍କ ବିକଶିତ ଭାରତର ପରିକଳ୍ପନା' ଉପରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଥିଲେ ଚତୁର୍ଥ ସେସନ୍ । ତେବେ ଆଜି 4ଟି ସେସନରେ ସାଂସଦ, ବିଧାୟକ ମାନେ ପ୍ରଶିକ୍ଷଣ ନେଇଥିବା ବେଳେ ଆସନ୍ତାକାଲି 4ଟି ସେସନ ରହିଛି । ଆସନ୍ତାକାଲି ରାଷ୍ଟ୍ରୀୟ ସହ-ସାଧାରଣ ସଂପାଦକ ସଂଗଠନ ଭି. ସତୀଶ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ, ସଂଗଠନ ବିଏଲ ସନ୍ତୋଷ ଯୋଗ ଦେଇ ଗୋଟିଏ ଗୋଟିଏ ସେସନ ନେବେ ।

ପ୍ରଶିକ୍ଷଣ ବର୍ଗରେ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଯେଉଁଥିରେ କି ବିଜେପି ସଙ୍ଗଠନର ଇତିହାସ ଓ ସଂଘର୍ଷର କାହାଣୀ ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀରେ ବିଜେପିର ଜୟ ଯାତ୍ରା, ଭୋଟ ପ୍ରତିଶତ ବୃଦ୍ଧି, ନୀତି ଆଦର୍ଶ, ମୂଳ ଦର୍ଶନ ଓ ଏକାତ୍ମ ମାନବବାଦ, ନେତୃତ୍ବର ଝଲକ ଦେଖିବାକୁ ମିଳିଛି । ଏହାସହ ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ ଚିତ୍ର ମଧ୍ୟ ଦର୍ଶନ କରିଥିଲେ ନଡ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରଶିକ୍ଷଣ ବର୍ଗରେ ବିଜେପି ବିଧାୟକ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ | Argus News