ଆଜି ପୁରୀରେ ଦୁଇ ଦିନିଆ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ

ପୁରୀରେ ଦୁଇ ଦିନିଆ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇଦିନ ପର୍ଯ୍ୟନ୍ତ ପୁରୀର ଏହି ସମ୍ମିଳନୀରେ ଜନସ୍ବାସ୍ଥ୍ୟ ସେବାରେ ଅନୁକରଣୀୟ ବ୍ୟବସ୍ଥା ଓ ନୂଆ ଉଦ୍ଭାବନ ସମ୍ପର୍କରେ ଆଲୋଚନା ହେବ । ଦେଶର ଜନସ୍ବାସ୍ଥ୍ୟ କ୍ଷେତ୍ରରେ କ’ଣ ନୂଆ ଗବେଷଣା ହେଉଛି ଓ ଏହାକୁ କିପରି ସୁବିନିଯୋଗ କରାଯିବ ତାହା ଉପରେ ବିଶେଷ ଆଲୋଚନା କରାଯିବ । ସେହିପରି ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସମୀକ୍ଷା କରାଯିବ । ସମ୍ମିଳନୀରେ ଭାରତ ସାର୍ବଜନୀନ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ସହ ଦେଶର ସ୍ବାସ୍ଥ୍ୟ କ୍ଷେତ୍ରର ଅଗ୍ରଗତି, ଚିକିତ୍ସା ପ୍ରଣାଳୀର ଉନ୍ନୟନ, ନୂତନ ପ୍ରକଳ୍ପ ଓ ଆଗାମୀ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା ହେବ ।
କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ନଡ୍ଡା କହିଛନ୍ତି, ଆକ୍ସେସେବ୍ୟୁଲ୍ ହେଲ୍ଥ କେୟାରକୁ ଗୁରୁତ୍ବ ଦେଇ କ୍ୱାଲିଟି ହେଲ୍ଥ କେୟାର ଉପରେ ଫୋକସ କରାଯାଇଛି । MMR ଓ IMR କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା । ଗ୍ଲୋବାଲ ଡିକ୍ଲାଇନ୍ ଠାରୁ ଦୁଇ ଗୁଣ ହୋଇଛି ଭାରତର MMR ଓ IMR REDUCE । ମ୍ୟାଲେରିଆ କ୍ଷେତ୍ରରେ WHO ପ୍ରଶଂସା କରିଛି । ୪୦୦ ଜିଲ୍ଲାରେ ଟିବି ମୁକ୍ତ ଭାରତ କ୍ୟାମ୍ପେନ୍ କରାଯାଉଛି । ୨୦୨୫ ଶେଷ ସୁଦ୍ଧା ହେବ ଟିବି ମୁକ୍ତ ଭାରତ ପାଇଁ ଲକ୍ଷ୍ୟ ରଖାଯାଇଛି । ୩୭ କୋଟି ଲୋକଙ୍କ ବ୍ରେଷ୍ଟ କ୍ୟାନ୍ସର, ସର୍ଭିକ କ୍ୟାନ୍ସର, ଡାଇବେଟିସ ଉପରେ ୟୁନିଭରସାଲ ସ୍କ୍ରିଂନିଂ ହେବ । ପ୍ରତି ଜିଲ୍ଲା ହସ୍ପିଟାଲରେ ହେବ ଡେ କେୟାର ସେଣ୍ଟର୍ । ଚଳିତ ବର୍ଷ ୨୦୦ ଡେ କେୟାର ସେଣ୍ଟର ହେବ ।କେମୋ ଥେରାପି ସୁବିଧା ମିଳିବ କହିଛନ୍ତି ଜେପି ନଡ୍ଡା ।