Jual Oram / ରାମଲୀଳା ମଞ୍ଚରେ ଦେଖିବାକୁ ମିଳିବ କେନ୍ଦ୍ରମନ୍ତ୍ରୀଙ୍କ ଜୁଏଲ୍ ଓରାମଙ୍କ ଅଭିନୟ
·1 hour ago·2 min read

Key Points
ତ୍ରେତୟା ଯୁଗର ନିଷାଦରାଜଙ୍କ ଭୂମିକାରେ ନଜର ଆସିବେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ । ଦିଲ୍ଲୀର ରାମଲୀଳା ମଞ୍ଚରେ ଏଥର ଦେଖିବାକୁ ମିଳିବ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଭିନୟ ।
ନୂଆଦିଲ୍ଲୀ: ରାଜନୀତିରେ ମନ୍ତ୍ରୀ, ରାମଲୀଳା ମଞ୍ଚରେ ଅଭିନେତା । ତ୍ରେତୟା ଯୁଗର ନିଷାଦରାଜଙ୍କ ଭୂମିକାରେ ନଜର ଆସିବେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ । ଦିଲ୍ଲୀର ରାମଲୀଳା ମଞ୍ଚରେ ଏଥର ଦେଖିବାକୁ ମିଳିବ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଭିନୟ ।
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ହିନ୍ଦୁ ମହାକାବ୍ୟ ରାମାୟଣର ପ୍ରମୁଖ ଚରିତ୍ର ନିଷାଦରାଜଙ୍କ ଭୂମିକାରେ ନଜର ଆସିବେ । ଲାଲକିଲ୍ଲା ମଇଦାନରେ ଆୟୋଜିତ ହେଉଥିବା ଲବ କୁଶ ରାମଲୀଳାରେ ତାଙ୍କୁ ଜୁଏଲ୍ ଓରାମଙ୍କୁ ନିଷାଦରାଜ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।
ଏନେଇ ଲବ କୁଶ ରାମଲୀଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଜନଜାତି ନେତାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲ୍ ଓରାମ ଏବେ ରାମଲୀଳାର ମଞ୍ଚରେ ଏକ ପୌରାଣିକ ଚରିତ୍ରରେ ଅଭିନୟ କରିବେ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଖୁସି ବ୍ୟକ୍ତ କରିଛନ୍ତି ।
ରାମାୟଣରେ ନିଷାଦରାଜଙ୍କ ଚରିତ୍ର ବନବାସ ସମୟରେ ପ୍ରଭୁ ଶ୍ରୀରାମଙ୍କ ସହ ମିତ୍ରତା, ଆସ୍ଥା ଓ ସମର୍ପଣର ପ୍ରତୀକ । ଏବେ ସେହି ଚରିତ୍ରକୁ ମଞ୍ଚରେ ଜୀବନ୍ତ କରିବେ ଜୁଏଲ୍ ଓରାମ । ସରକାରୀ କାର୍ଯ୍ୟକ୍ରମର ବ୍ୟସ୍ତତା ଭିତରେ ରାମଲୀଳା ପ୍ରତି ଜୁଏଲ୍ ଓରାମଙ୍କ ଆଗ୍ରହ ଏବେ ଚର୍ଚ୍ଚାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଅର୍ଗସ୍ ନ୍ୟୁଜ୍କୁ କହିଛନ୍ତି, "ନିଶ୍ଚିତ ଭାବେ ଏହା ମୋ ପାଇଁ ଉପଯୁକ୍ତ ଚରିତ୍ର । ନିଷାଦରାଜ ଜଙ୍ଗଲରେ ରହୁଥିବା ପ୍ରଜା, ଜନଜାତି ସମାଜଙ୍କ ପାଇଁ ଥିଲେ । ପ୍ରଭୁ ଶ୍ରୀରାମଙ୍କର ସେବା ତାଙ୍କ ଯୋଗ୍ୟତା ଅନୁସାରେ କରିଥିଲେ । ମୁଁ ଚେଷ୍ଟା କରିବି ନିଷାଦରାଜଙ୍କ ଭୂମିକା ଠିକ୍ ଭାବେ ତୁଲାଇବି ।"
ବଡ଼ ମଞ୍ଚରେ ଅଭିନୟ
ପିଲାଦିନେ ପଞ୍ଚମ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁଇ ତିନିଟା ଭୂମିକାରେ ଅଭିନୟ କରିଥିଲି । ଅନ୍ୟ ସମୟରେ ସୁଯୋଗ ମିଳି ନଥିଲା । ଏବେ ଲବ କୁଶ ରାମଲୀଳା କମିଟି ବହୁତ ବଡ଼ ମଞ୍ଚରେ ଅଭିନୟର ସୁଯୋଗ ଦେଇଛି । ନର୍ଭସ୍ ଥିଲେ ବି ସଫଳତାର ସହ ଅଭିନୟ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଜୁଏଲ୍ ଓରାମ । ଦିଲ୍ଲୀର ଲାଲକିଲ୍ଲା ମଇଦାନରେ ଲବ କୁଶ ରାମଲୀଳା ଆସନ୍ତା ୧୪ ତାରିଖ ବୁଧବାର ପ୍ରଦର୍ଶନ କରାଯିବ ।
ନିଷାଦରାଜ କିଏ ?
ନିଷାଦରାଜ (ନିଷାଦରାଜ ଗୁହ) ହେଉଛନ୍ତି ହିନ୍ଦୁ ମହାକାବ୍ୟ ରାମାୟଣର ଏକ ପ୍ରମୁଖ ଚରିତ୍ର । ଯିଏ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଶୃଙ୍ଗବେରପୁରର ରାଜା ଥିଲେ । ସେ ନିଷାଦ ନାମକ ଏକ ଆଦିବାସୀ ଶିକାରୀ ସମ୍ପ୍ରଦାୟର ମୁଖ୍ୟ ଥିଲେ ।
ନିଷାଦରାଜ ଗୁହ ଭଗବାନ ଶ୍ରୀରାମଙ୍କର ଜଣେ ଅତି ନିବିଡ଼ ଓ ବିଶ୍ୱସ୍ତ ବନ୍ଧୁ ଥିଲେ । ଶ୍ରୀରାମ ମଧ୍ୟ ତାଙ୍କୁ ନିଜ ଭାଇ ଭଳି ସ୍ନେହ କରୁଥିଲେ । ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣ ୧୪ ବର୍ଷର ବନବାସ ପାଇଁ ଅଯୋଧ୍ୟା ତ୍ୟାଗ କରିଥିଲେ । ରଥମେ ଶୃଙ୍ଗବେରପୁରରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭାତ୍ରା ଲକ୍ଷ୍ମଣ ପହଞ୍ଚିଥିଲେ ।

ନିଷାଦରାଜ ସେମାନଙ୍କୁ ସେଠାରେ ବହୁତ ଆଦର-ସତ୍କାର କରିଥିଲେ ଏବଂ ନିଜ ଡଙ୍ଗାରେ ଗଙ୍ଗା ନଦୀ ପାର କରାଇବାରେ ସାହାଯ୍ୟ କରିଥିଲେ । ରାମାୟଣରେ ନିଷାଦରାଜ ଗୁହଙ୍କୁ ପ୍ରେମ, ଭକ୍ତି ଏବଂ ଆତିଥେୟତାର ଏକ ମହାନ ପ୍ରତୀକ ଭାବେ ଦର୍ଶାଯାଇଛି । ଜଣେ ରାଜା ହୋଇ ମଧ୍ୟ ସେ ଶ୍ରୀରାମଙ୍କ ଚରଣରେ ନିଜକୁ ସମର୍ପଣ କରିଦେଇଥିଲେ ।
Related Topics
Explore more stories