ପ୍ରତିଶ୍ରୁତି ହେଲା ପାଣିର ଗାର, ଠକି ଦେଲେ ଦିବ୍ୟଶଙ୍କର

କଳାହାଣ୍ଡି: ଠକି ଦେଲେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଗାଁକୁ ରାସ୍ତା କହି ରାସ୍ତା ଦେଲେନି। ଖାଲି ଭୋଟ ମାଗିବାକୁ ଚାଲିଆସୁଛନ୍ତି। ସରକାରରେ ଥାଇ ମଧ୍ୟ ଆମ ବିଧାୟକ ସମସ୍ୟା ଶୁଣିବେ ବୋଲି କହି ଶୁଣୁନାହାଁନ୍ତି ଏମିତି ଏକ ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଦେଦର ପଞ୍ଚାୟତର କୁସୁମବରା ଗ୍ରାମବାସୀ। ଟିକେ ନଜର ପକାନ୍ତୁ ଏ ଗାଁକୁ।
ଘଞ୍ଚ ଜଙ୍ଗଲ ମଧ୍ୟରେ କୁସୁମବରା ଗାଁ। ଯାତୟାତ କରିବାପାଇଁ ଏକ ସରୁ ଜଙ୍ଗଲି ରାସ୍ତା। ଆଉ ଗାଁ କାନ୍ଥରେ ଲାଗିଛି ରାଜ୍ୟ ସରକାରଙ୍କ ଶଙ୍ଖ ଚିହ୍ନ। ନିରିହ କିଛି ପାଇଁବା ଆଶାରେ ସରକାରଙ୍କ ପ୍ରଚାର କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ଖୋଦ୍ ଦିବ୍ୟଶଙ୍କ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କୁ ଠକିଛନ୍ତି। ଗାଁ ବାସୀଙ୍କ ମନରେ ରହିଛି ତ କେବଳ ଆଶା ।
ହଁ ସରକାର ଆମକୁ ମୌଳିକ ସୁବିଧା ଦେବେ । କିନ୍ତୁ ନବୀନ ବାକୁ କେବେ ପ୍ରତିଶୃତି ରକ୍ଷା କରନ୍ତିନି। ଏ କଥା ବି ବୁଝିସାରିଲେ ଦୁର୍ଗମର ଲୋକେ। ଏ ସରକାରରେ ଥିଲା ବାଲାକୁ ମିଳୁଛି ସମସ୍ତ ସୁବିଧା ସୁଯୋଗ ଆଉ ନଥିଲା ବାଲାକୁ ନାର୍ହି। ଏହାର ଜ୍ୱଳନ୍ତ ଉଦାହରଣ କୁସୁମବରା ଗାଁ। ରାସ୍ତା, ପାନୀୟ ଜଳ, ଶିକ୍ଷା, ଆବାସ କିମ୍ବା ଭତ୍ତା, ସବୁ ଏହି ଗାଁ ରୁ ଅପହଞ୍ଚ ହେଇ ରହିଛି।
ଗାଁ ରେ ବସବାସ କରନ୍ତି ପାଖାପାଖି ୩୦ ପରିବାର। ସରୁ ଜଙ୍ଗଲି ରାସ୍ତା, ଯୋଉଠି କେବଳ ଦୁଇ ଚକିଆ ବାହନ ହି ଯାଇପାରିବ, ବର୍ଷା ଦିନରେ ତାହା ମଧ୍ୟ କଷ୍ଟକର। ଗ୍ରାମବାସୀଙ୍କ ପାଇଁ ଗମନାଗମନ ର ଏକ ମାତ୍ର ଆଶା। କୌଣସି ରୋଗୀ କିମ୍ବା ପ୍ରସୂତି ମହିଳା ହୁଏ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି କି ହୋ ନେବାକୁ ପଡ଼ିଥାଏ। ଗାଁ ରେ ଅଧାରୁ ଅଧିକ ଲୋକ ଭଙ୍ଗା କୁରିଆ ରେ ରହୁଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ମାତ୍ରାରେ ଆବାସ ଦେଉଥିବା ବେଳେ ତଳ ସ୍ତରକୁ ପହଞ୍ଚି ପାରୁ ନାହିଁ। ଗାଁ ରେ ବହୁତ୍ ବୃଦ୍ଧ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉ ନାହାନ୍ତି।
ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ। ଏକମାତ୍ର ନଳକୂପ ସେଥିରୁ ଲୌହଯୁକ୍ତ ପାଣି।
ଗାଁ କଳ ରେ ଥିବା ନାଳ ରେ ଗାତ ଖୋଲି ବ୍ୟବହାର ପାଇଁ ପାଣି ସଂଗ୍ରହ କରି ଥାଆନ୍ତି ଲୋକେ। ସେହିପରି ଏହି ସୁବ ପିଲା ମୁର୍ଖ। କାରଣ ୨୦୧୩ ରେ ଗାଁ ରେ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ଛାତ୍ର ସଂଖ୍ୟା କାମ ବୋଲି ତାହା ମଧ୍ୟ ବନ୍ଦ ହେଇଗଲା। ଅଙ୍ଗନୱାଡି ରହିଛି, କିନ୍ତୁ ଦିଦି ସପ୍ତାହକୁ ଗୋଟେ ଦୁଇ ଥର ହିଁ ଆସୁଛନ୍ତି। କୁନି କୁନି ଛୁଆ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଦୀର୍ଘ ୨୫ ବର୍ଷ ଶାସନରେ ଯଦି ଲୋକେ ଏପରି ଅବସ୍ଥା ତେବେ ପ୍ରଶ୍ନ ଅବସ୍ୟ ଉଠିବ ରାଜ୍ୟସରକାରଙ୍କ ଜନହିତକାରୀ ଯୋଜନା ଯାଉଛି କେଉଁଆଡେ..? କାହିଁକି ନଥିଲା ବାଲାଙ୍କ ପାଖରେ ନବୀନଙ୍କ ଯୋଜନା ପହଞ୍ଚିପାରୁନି.. ?
