Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖସିଗଲେ ଲାଞ୍ଚୁଆ ASI

Smruti Parija
Browse all articles by Smruti Parija
·1 year ago
ଖସିଗଲେ ଲାଞ୍ଚୁଆ ASI

Key Points

ଭିଜିଲାନ୍ସ ଦ୍ବାରା ଧରା ପଡିଥିବା ASI ଥାନାରୁ ମାରିଲେ ଚମ୍ପଟ

କଳାହାଣ୍ଡି: ଭିଜିଲାନ୍ସ ଦ୍ବାରା ଧରା ପଡିଥିବା ASI ଥାନାରୁ ମାରିଲେ ଚମ୍ପଟ । ଚମ୍ପଟ ମାରିଲେ ଜୁନାଗଡ଼ ଥାନା ASI ମୁକୁନ୍ଦ ଖେମୁଣ୍ଡୁ । ଜୁନାଗଡ଼ ଥାନା ଗୋଇରାପଦର ଗାଁର ପ୍ରଭା ପୂଝାରୀଙ୍କଠାରୁ ଏକ ମାମଲା ରଫା ଦଫା କରିବା ପାଇଁ ଗାଁର ଶ୍ରୀମୁଖ ବାଗଙ୍କ ମାଧ୍ୟମରେ 3500 ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ASIଙ୍କୁ ମାଡି ବସିଥିଲା । ASI ଖେମୁଣ୍ଡୁ ଭିଜିଲାନ୍ସକୁ ଚକ୍‌ମା ଦେଇ ଥାନାରୁ ଚମ୍ପଟ ମାରିଥିଲେ । ଭିଜିଲାନ୍ସ ବିଭାଗ 3500 ଟଙ୍କା ଜବତ କରି ଗ୍ରାମରଖିଙ୍କୁ ଅଟକ ରଖି ପଚରାଉଚରା କରିବା ସହ ASIଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
junagarhs-thana-asi-mukunda-khemundu-fled-away | Argus News