Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCBରେ ଏମର୍ଜେନ୍ସୀକୁ ଛାଡ଼ିଦେଲେ ବାକି ସବୁ ସେବା ବନ୍ଦ

Smruti Parija
Browse all articles by Smruti Parija
·1 year ago·1 min read
SCBରେ ଏମର୍ଜେନ୍ସୀକୁ ଛାଡ଼ିଦେଲେ ବାକି ସବୁ ସେବା ବନ୍ଦ

କଟକ: ପଶ୍ଚିମବଙ୍ଗର ଆର ଜି.କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବି ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ,ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 72 ଘଣ୍ଟା ଅର୍ଥାତ 3 ଦିନ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ।  ଓପିଡ଼ି, ଓଟି, ଲ୍ୟାବ ଆଦିରେ କାର୍ଯ୍ୟବନ୍ଦ କରିଛନ୍ତି ଏହି ତିନି ସଂଘ । କେବଳ ଜରୁରୀକାଳୀନ ସେବା ଜାରି ରହିବ । 

ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଛି ସଂଘ । ପୂର୍ବରୁ ମଙ୍ଗଳବାର ଏସସିବି  ଡାକ୍ତରମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଥିଲେ । ପୂର୍ବରୁ  ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବିରେ ଆଜି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀମାନେ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । 

ଘଟଣାର ତ୍ୱରିତ ତଦନ୍ତ,  ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
junior-doctor-protest-in-scb-cuttack | Argus News