Videos
|
Odisha

ଭିଜିଲାନ୍ସକୁ ଦେଖି ବାବୁ ହୋଇଥିଲେ ସେନ୍ସଲେସ୍‌ , ଘରୁ ମିଳିଲା...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଭିଜିଲାନ୍ସକୁ ଦେଖି ବାବୁ ହୋଇଥିଲେ ସେନ୍ସଲେସ୍‌ , ଘରୁ ମିଳିଲା...

Key Points

  • ଭିଜିଲାନ୍ସକୁ ଦେଖି ବାବୁ ହୋଇଥିଲେ ସେନ୍ସଲେସ୍‌ 
  • ରେଡ୍‌ ପରେ ଘରୁ ମିଳିଲା ପୁଳାପୁଳା ଟଙ୍କା
  • ରାୟଗଡ଼ା, ଭୁବନେଶ୍ଵର ସହ କଟକରେ ଅଛି ବାବୁଙ୍କ ଘର

ଅର୍ଗସ ବ୍ୟୁରୋ : ଇଞ୍ଜିନିୟର ବାବୁଙ୍କୁ ଦେଖିଲେ ଦୁଃଖ ଲାଗିବ , କାରଣ ଲାଂଚ ନେବା କଥା ଭିଜିଲାନ୍ସ ଜାଣି ଚଢାଉ କଲା ବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ବାବୁ ହୋଇଯାଇଥିଲେ ବୋହୋସ । ସେଇଥି ଲାଗି ତ ମେଡିକାଲରେ ହେଲେ ଭର୍ତ୍ତି । କିନ୍ତୁ ତାଙ୍କ ଘରୁ ଯେତିକି ଟଙ୍କା ଓ ଗହଣା ମିଳିଛି ତାକୁ ଦେଖି ଭିଜିଲାନ୍ସ ବି ଟେରା । 

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା । ଖାଲି ସେତିକି ନୁହେଁ, ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଏହା ସହିତ ତାଙ୍କର ଏକାଧିକ ପ୍ଲଟ ରହିଛି ରାଜ୍ୟର ବଡ଼ ବଡ଼ ସହରରେ। ସୂଚନା ଅନୁସାରେ, ରାୟଗଡ଼ାରେ ୪ଟି ପ୍ଳଟ ଥିବା ବେଳେ ଟିକିରିରେ ଗୋଟିଏ ଅଛି । ସେହିପରି ଭୁବନେଶ୍ୱର ଓ କଟକରେ ବି ତାଙ୍କର ପ୍ଲଟ ଥିବା ଜଣାପଡ଼ିଛି ।

କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଜଣେ ଗାଁ ସାଥୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ହାତରେ ଧରାପଡ଼ିବା ମାତ୍ରେ ସେ ଚେତା ହରାଇଥିଲେ । ଚେତା ହରାଇବା ପରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, ମନରେଗାରେ ଏକ ରାସ୍ତା ତିଆରି ହୋଇଥିବା ବେଳେ ଏହାର ମାପଚୁପ କରିବା ଓ ଏଥିରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ରିଲିଜ୍ କରିବା ପାଇଁ ଜଣେ ଗାଁ ସାଥୀଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ।
(ରାୟଗଡ଼ାରୁ ମୃତ୍ୟୁଞ୍ଜୟ ନନ୍ଦ)
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Junior Engineer | Argus News