Videos
|
Odisha

ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରାଗିଂର ହେଉଥିଲେ ଶିକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରାଗିଂର ହେଉଥିଲେ ଶିକାର

ଅର୍ଗସ ବ୍ୟୁରୋ:  Mkcg ରେ ପୁଣି ରାଗିଙ୍ଗ ଅଭିଯୋଗ। ପୂର୍ବରୁ ବହୁବାର ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରେଗିଂର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ବହୁ ସିନିୟର୍ ଛାତ୍ରଛାତ୍ରୀ ସେମାନଙ୍କ ହୋମୱାର୍କ ଜୁନିୟରମାନଙ୍କ ଦ୍ଵାରା କରାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଏମକେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଣ୍ଟିରେଗିଂ ସେଲରୁ ନିର୍ଦ୍ଦେଶ ରହିଛି। ଯାହାକୁ ନେଇ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ସୋମବାର ଆଣ୍ଟିରେଗିଂ କମିଟିର ନିକଟରେ ହଜାର ହେବାକୁ ନୋଟିସ କରାଯାଇଛି। ଅଭିଯୋଗ ସମ୍ପର୍କରେ ସେମାନଙ୍କ ମତାମତ ସଂଗ୍ରହ ପରେ ପୁଣି ମଙ୍ଗଳବାର ଘଟଣାକୁ ନେଇ ଆଣ୍ଟିରେଗିଂ କମିଟିର ବୈଠକ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ରେଗିଂ ଘଟଣାରେ ସଂପୃକ୍ତ ଥିବା ବହୁ ଛାତ୍ର ବିରୋଧରେ ଏମକେସିଜି ମେଡିକାଲ ଓ ହସ୍ପିଟାଲ୍ ଆଣ୍ଟିରେଗିଂ କମିଟିର ନିଷ୍ପତି କ୍ରମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଜଣେ କନିଷ୍ଠ ଛାତ୍ର ଲିଖିତ ଭାବେ ମେଡିକାଲ ଡିନକୁ ଜଣାଇବା ପରେ ଆଣ୍ଟି ରାଗିଙ୍ଗ ସେଲ ର ବୈଠକ ଡାକି ବରିଷ୍ଠ ଛାତ୍ର କୁ ତାଗିତ କରିବା ସହ ପୋଲିସ ରେ ଏତଲା ମଧ୍ୟ ଦିଆଯାଇଥିଲା। ଏହି ଘଟଣା ରେ 5ଜଣ ଛାତ୍ରଙ୍କୁ କ୍ୟାମ୍ପସ ରୁ ମଧ୍ୟ ବହିଷ୍କାର କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Junior medical students are the victims of the wrath of senior students. | Argus News