Odisha Education Reform / ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଗଣଶିକ୍ଷାମନ୍ତ୍ରୀ
·5 months ago·2 min read

Key Points
ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ
ଧନ୍ୟବାଦ ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର (21/03): ଶିକ୍ଷକ ମାନଙ୍କ ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି। କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଠେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ.। ଶିକ୍ଷକ ମାନଙ୍କର ଅନେକ୍ ଦିନର ଦାବି ଥିଲା। ଆମ ବିଭାଗ ଓ ମୁଖ୍ୟମନ୍ତ୍ରୀ ଏହାକୁ ତର୍ଜ୍ଜମା କରି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡିଶା କନିଷ୍ଠ ଶିକ୍ଷକ ସଂଘର ୧୩ ହଜାରରୁ ଅଧିକ ଶିକ୍ଷକ ଏଣିକି ନିୟମିତ ଭାବେ ଚାକିରି କରିବେ। ଆଗାମୀ ଦିନରେ ଯେଉଁ ଶିକ୍ଷକ ମାନେ ନିଯୁକ୍ତି
ପାଇବେ ସେମାନେ ମଧ୍ୟ ନିୟମିତ ଭାବେ ଯୋଗଦେବେ।
ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିୟମିତ ହେଲେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟଠାରୁ ନିୟମିତ ହୋଇଛନ୍ତି । ତେବେ ସେମାନେ ଚାକିରୀରେ ଯୋଗଦାନ ସମୟଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ । ୨୦୨୬ ଜାନୁୟାରୀ ପହିଲାଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ ।
ସୂଚନାଯୋଗ୍ୟ ଯେ, ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଶୁକ୍ରବାର ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।
ରାଜ୍ୟ ସରକାର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୦ମାସର ବିଜେପି ସରକାରରେ ୨୨,୫୦୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଚଳିତ ବର୍ଷ ଆହୁରି ୨୦ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ବଜେଟ୍ରେ ଭିତ୍ତିଭୂମି ଉନ୍ନତି ପାଇଁ ୯୩୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଥିବାବେଳେ ଏଥିରେ ନୂତନ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ଅଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ୫୧କୋଟି ଟଙ୍କା ବରାଦ ହୋଇଛି। ଏହାଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ଆରମ୍ଭରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏହି ବଜେଟ୍ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ଏବଂ ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତିରେ ସହାୟକ ହେବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
Related Topics
Explore more stories