Justice / ୨୦ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିବା ସହ ତାଙ୍କର ବକେୟା ପ୍ରାପ୍ୟ

Key Points
୨୦ ବର୍ଷ ପରେ ମିଳିଲା ନ୍ୟାୟ
୨୦ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିବା ସହ ତାଙ୍କର ବକେୟା ପ୍ରାପ୍ୟ
ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଜଣେ କନିଷ୍ଠ କିରାଣୀଙ୍କୁ ୨୦ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିବା ସହ ତାଙ୍କର ବକେୟା ପ୍ରାପ୍ୟ ମିଳିଥିବା ଜଣାପଡ଼ିଛି। ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ କନିଷ୍ଠ କିରାଣୀ ଭାବେ ରାଜେନ୍ଦ୍ର ପ୍ରସାଦ ପଣ୍ଡା ୨୩.୦୩.୧୯୮୩ ମସିହାରେ ଚାକିରି ଆରମ୍ଭ କରିଥିଲେ। ୧୧.୦୭.୨୦୦୫ ରେ ଶ୍ରୀ ପଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଜେମାଦେଇପେଣ୍ଠ ଶାଖାରେ କାର୍ଯ୍ୟରତ ଥିବା ସମୟରେ ଶାଖା ପ୍ରବନ୍ଧକ’ଙ୍କ ନିର୍ଦେଶ ଅନୁସାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ରାୟଗଡା ଶାଖା ରୁ ତିନି ଲକ୍ଷ ଟଙ୍କା ନିଜ ବାଇକ୍ ଡିକିରେ ରଖି ଅଫିସକୁ ଫେରିବା ସମୟରେ ବର୍ଷା ହେବା ଯୋଗୁଁ ସେ ନିଜ ଘର ବାହାରେ ମୋଟର ସାଇକେଲ ରଖି ଘରକୁ ରେନକୋଟ ଆଣିବା ପାଇଁ ଯାଇଥିଲେ।
ଏହି ସମୟରେ କିଛି ର୍ଦୁବୁତ୍ତ ମୋଟର ସାଇକେଲ ଡିକି ଭାଙ୍ଗି ସେଥିରେ ଥିବା ଟଙ୍କା ଚୋରି କରି ନେଇଯାଇଥିଲେ। ଶ୍ରୀ ପଣ୍ଡା ଏହି ବିଷୟ ତୁରନ୍ତ ନିଜ ଶାଖା ପ୍ରବନ୍ଧଙ୍କୁ ଅବଗତ କରିଥିଲେ ଓ ରାୟଗଡ଼ା ପୁଲିସ ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଚୋରୀ ହୋଇଥିବା ଟଙ୍କାକୁ ବୀମା କମ୍ପାନି ଓ ଶ୍ରୀ ପଣ୍ଡାଙ୍କ ଠାରୁ ବ୍ୟାଙ୍କ ଆଦାୟ କରିନେଇଥିଲେ। କିନ୍ତୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶ୍ରୀ ପଣ୍ଡାଙ୍କ ବିରୋଧରେ ଡିପାର୍ଟମେଣ୍ଟ ପ୍ରୋସିଡିଂ କରିଥିଲେ ଓ ୦୭/୧୧/୨୦୦୭ରେ ଶ୍ରୀ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବନ ଆଦେଶ ପ୍ରାରିତ କରିଥିଲେ।
ଉକ୍ତ ନିଲମ୍ବନ ଆଦେଶକୁ ନେଇ ୨୯/୧୧/୨୦୧୮ରେ ମାନ୍ୟବର ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ଟ୍ରିବୁନାଲ କମ ଲେବର କୋର୍ଟ, ଭୁବନେଶ୍ବର, ଆଇଡି କେସ ନଂ ୦୧/୨୦୧୦ରେ ଆୱାର୍ଡ ପାସ କରି ନିଲମ୍ବନ ଆଦେଶକୁ ରଦ୍ଧ କରିଥିଲେ ତଥା ଶ୍ରୀ ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟରେ ପୁନଃଥଇଥାନ କରିବା ପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ନିର୍ଦେଶ ଦେଇଥିଲେ କିନ୍ତୁ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ୨୦୧୬ ରେ ସମାପ୍ତ ହେଇସାରିଥିଲା। ତେଣୁ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଥିଲା ଯେ ଉକ୍ତ ଆୱାର୍ଡ ପବ୍ଲିକେସନ ହେବାର ଏକ ମାସ ମଧ୍ୟରେ ନିଲମ୍ବନ ହେବାର ତାରିଖ ଠାରୁ ପୁନଃଥଇଥାନ ପର୍ଯ୍ୟନ୍ତ ଶ୍ରୀ ପଣ୍ଡାଙ୍କୁ ତାଙ୍କ ମାସିକ ଦରମାର ୫୦% ଟଙ୍କା ପ୍ରଦାନ କରାଯାଉ।
ଶ୍ରୀ ପଣ୍ଡା ଅନ୍ୟାନ୍ୟ ସେବା ସୁବିଧା ପାଇବାର ମଧ୍ୟ ଯୋଗ୍ୟ କହିଥିଲେ। ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଉକ୍ତ ଆଦେଶ ପାଳନ କରାନଯାଏ, ତେବେ ୮% ସୁଧ ସହିତ ଶ୍ରୀ ପଣ୍ଡା ଙ୍କୁ ପ୍ରଦାନ କରାଯିବ। ଶ୍ରୀ ପଣ୍ଡାଙ୍କ ବାରମ୍ବାର ଅନୁରୋଧ ସତ୍ବେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଉକ୍ତ ଆୱାର୍ଡକୁ ପାଳନ ନକରି ବେଖାତିରି ଭାବେ ଅବମାନନା କରିଆସୁଥିଲା। ଶେଷରେ ଡବ୍ଲୁପି(ସି) ନଂ ୨୩୧୬/୨୦୨୫ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଆୱାର୍ଡରେ ଦିଆଯାଇଥିବା ନିର୍ଦେଶ ପାଳନ କରିବା ପାଇଁ ଆଦେଶ ଦେଇଥିଲେ।
📱 Get Argus News App
✨
ସେହିପରି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଙ୍କ ଠାରୁ ଶ୍ରୀ ପଣ୍ଡାଙ୍କ ୨୧ଲକ୍ଷ ୮୯ ହଜାର ୯୪୦ ଟଙ୍କାର ଡିଡି ଗତ ୨୪ ତାରିଖ ଦିନ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ମାଧ୍ୟମରେ ଗ୍ରହଣ କରିଛନ୍ତି। ଅନ୍ୟ ପ୍ରାପ୍ୟ ରାଶି ବର୍ତମାନ ବିଚାରାଧିନ ରହିଛି। ଓଡିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବି ବନଞ୍ଜା ରାନୀ ପଣ୍ଡା,ଓ ଏଲ.ଏନ.ସ୍ଵାଇଁ, ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ବ୍ରହ୍ମପୁର ତୃତୀୟ ବର୍ଷ ଆଇନ ଛାତ୍ରୀ ରାଜଶ୍ରୀ ରାଉତ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ଶ୍ରୀ ପଣ୍ଡାଙ୍କ ପକ୍ଷ ଉପସ୍ଥାପନା କରିଥିଲେ।
Related Topics
Explore more stories