Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭରତପୁର ଥାନା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ

Odisha

ଭରତପୁର ଥାନା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଭରତପୁର ଥାନା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଭରତପୁର ଥାନା ସେନା-ପୋଲିସ ବିବାଦ ମାମଲାରେ ରିପୋର୍ଟ ଦେଲେ କମିଶନ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟିକ କମିଶନ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ନ୍ୟାୟିକ କମିଶନ ।


ମାମଲାରେ ୪୨ ଜଣ ସାକ୍ଷୀ ସାକ୍ଷ୍ୟ ଦେବାର ଥିଲା, ୩ ଜଣ ଆର୍ମି ଅଫିସର ସାକ୍ଷୀ ଦେଇଛନ୍ତି । ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ସରିଥିଲା । ତେବେ, ସାକ୍ଷୀ ଓ ମୁଖ୍ୟ ଅଭିଯୋଗକାରୀଙ୍କ ବଦଳି ପାଇଁ ତଦନ୍ତରେ ସାମାନ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି ।


ରିପୋର୍ଟ ପ୍ରସ୍ତୁତ ବେଳେ ଦେଶ ଓ ବିଦେଶରେ ଘଟିଥିବା ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି ତଦନ୍ତ କମିଶନ । ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆ ଯାଇଥିବାରୁ କମିଶନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭରତପୁର ଥାନା ମାମଲାର ନ୍ୟାୟିକ ତଦନ୍ତ ଲାଗି ସରକାର ୨୦୨୪ ସେପ୍ଟେମ୍ବର ୨୨ରେ ଗଠନ କରିଥିଲେ ତଦନ୍ତ କମିଶନ । ପ୍ରାୟ ୫୨୫ ସତ୍ୟପାଠ ସହ ଏକାଧିକ ବ୍ୟକ୍ତିଙ୍କୁ କମିଶନ ପଚରାଉଚରା କରିଥିଲେ । ୨୦୨୪ ଅକ୍ଟୋବର ୧ରୁ କମିଶନ ତଦନ୍ତ ଆରମ୍ଭ କରିଥିଲେ ।


ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୫ ତାରିଖ ରାତିରେ ସେନା ମେଜର ତାଙ୍କ ବାନ୍ଧବୀଙ୍କ ସହ ଫେରୁଥିବା ବେଳେ ବାଟରେ କିଛି ଯୁବକ ତାଙ୍କ ବାନ୍ଧବୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଯାହାକୁ ନେଇ ଭରତପୁର ଥନା ପୋଲିସର ସାହାଯ୍ୟ ମାଗିଥିଲେ ଉଭୟ । କିନ୍ତୁ ସାହାଯ୍ୟ ପରିବର୍ତ୍ତେ ପୋଲିସ ଉଭୟଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତତ୍କାଳୀନ ଭରତପୁର ଥାନା ଅଧିକାରୀଙ୍କ ସହ ୫ ଜଣଙ୍କୁ ଡିଜିପି ନିଲମ୍ବିତ କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Sponsored
Justice CR Dash Commission Submits Report on Bharatpur Police Station Incident | Argus News