Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime / କିନ୍ନର ସୋନାଲି ହତ୍ୟା: ନ୍ୟାୟ ଦାବିରେ ରାଜରାସ୍ତାରେ କିନ୍ନରଙ୍କ ହୋ ହାଲ୍ଲା, ରାସ୍ତା ରୋକ

Rashmita Mishra
Browse all articles by Rashmita Mishra
·5 months ago·2 min read
କିନ୍ନର ସୋନାଲି ହତ୍ୟା: ନ୍ୟାୟ ଦାବିରେ  ରାଜରାସ୍ତାରେ କିନ୍ନରଙ୍କ ହୋ ହାଲ୍ଲା, ରାସ୍ତା ରୋକ
Crime

Key Points

ସୋନାଲି...ମର୍ଡର..ସସପେନ୍ସ
ହତ୍ୟା ପଛରେ କଣ ରହିଛି କାରଣ ? 
କିନ୍ନର ସୋନାଲି ହତ୍ୟା: ନ୍ୟାୟ ଦାବିରେ ରାଜରାସ୍ତାରେ କିନ୍ନରଙ୍କ ହୋ ହାଲ୍ଲା, ରାସ୍ତା ରୋକ 

ଭୁବନେଶ୍ବର ଉପକଣ୍ଠରେ କିନ୍ନରଙ୍କୁ ଛୁରୀ ଭୁସି ବୀଭତ୍ସ ହତ୍ୟା । ରାସ୍ତା କଡରେ ଛିଡ଼ା ହୋଇଥିବାବେଳେ ଗୋଡାଇ ହାଣିଲେ ଦୁର୍ବୁତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ...ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା । ନ୍ୟାୟ ଦାବିରେ ରାଜରାସ୍ତାରେ କିନ୍ନରଙ୍କ ହୋ ହାଲ୍ଲା, ରାସ୍ତା ରୋକ ।

ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତି । ଭୁବନେଶ୍ୱର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ନିକଟରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା କଡରେ ଛିଡ଼ା ହୋଇଥିବା କିନ୍ନର ସୋନାଲିଙ୍କୁ ଅନ୍ଧାର ରାତିରେ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଛନ୍ତି ଦୁବୁର୍ତ୍ତ । କିନ୍ନରଙ୍କ ସହ କୌଣସି କଥାକୁ ନେଇ ବଚସା ହେବା ପରେ ହଠାତ୍ ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରିଥିଲେ ।

ସୋନାଲି ଜୀବନ ବିକଳରେ ଦୌଡ଼ିବାରୁ ଦୁର୍ବୃତ୍ତଜଣକ ଗୋଡ଼େଇ ଗୋଡ଼େଇ ପଛରୁ ଛୁରି ଭୁସି ଚାଲିଥିଲା । ଦୁଇ ଜଣ କିନ୍ନର ଘଟଣା ସ୍ଥଳରେ ପହଁଚିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଲି ଗଦାରେ ଛଟପଟ ହେଉଥିଲେ ସୋନାଲି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଛି ।

ମୃତ କିନ୍ନର ହେଲେ ଅଞ୍ଜଳି ଓରଫ ସୋନାଲି । ଘର ସାଲେପୁର ଅଞ୍ଚଳରେ, ତାଙ୍କ ପ୍ରକୃତ ନାମ ବିନେଶ ରାଉତ । ବୟସ ୨୫ ବର୍ଷ । ବର୍ଷକ ତଳେ ପରିବାର ଲୋକ ଜାଣିପାରିଲେ ଯେ ସେ ତୃତୀୟଲିଙ୍ଗି । ତାପରେ ସେ ଭୁବନେଶ୍ୱରରେ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୋଗ ଗୁରୁ ଭାବେ କାମ କରୁଥିଲେ । ଦୁଇଦିନ ହେବ ରାସ୍ତାକଡରେ ସେ ଛିଡା ହେଉଥିଲେ । ତେବେ ଏଭଳି ଜଣେ କିନ୍ନରଙ୍କୁ କିଏ କାହିଁକି ହତ୍ୟାକଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପିପିଲି ଥାନା ପୋଲିସ ଘଟଣାର ତଦନ୍ତ ଜୋରଦାର କରିଥିବା ବେଳେ ଘଟଣା ସ୍ଥଳକୁ ଯାଇ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରୁଛି ପୋଲିସ । ଏହା ସହ ନିକଟସ୍ଥ ଅପାର୍ଟମେଣ୍ଟର ସିସିଟିଭି ଫୁଟେଜ ଯାଞ୍ଚ କରିଛି ପୋଲିସ । କାହିଁକି ଓ କିଏ ଜଣେ କିନ୍ନର କୁ ହତ୍ୟା କଲା ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ ଶତ୍ରୁତା ନା ଆଉ କିଛି ? ତାହା ଏବେବି ଏହା ପ୍ରଶ୍ନବାଚୀ ରହିଛି । ଏହା ପରେ ନ୍ୟାୟ ଦାବିରେ ରାଜରାସ୍ତାରେ କିନ୍ନରମାନେ ହୋ ହାଲ୍ଲା ଆରମ୍ଭ କରି ରାସ୍ତା ରୋକ କରିଛନ୍ତି । ଏହାସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣାରେ ବସିଛନ୍ତି କିନ୍ନର ଗୋଷ୍ଠୀ । ଖାଲିସେତିକି ନୁହେଁ ୧୦ ଲକ୍ଷ କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime | Kinnar Sonali Murder: Transgender Protest Blocks Roads Seeking Justice | Argus News