Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶପଥ ଗ୍ରହଣ କଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

Odisha

ଶପଥ ଗ୍ରହଣ କଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଶପଥ ଗ୍ରହଣ କଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

ଜଷ୍ଟିସ୍ ହରିଶ ଟଣ୍ଡନ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ , ଆଇନମନ୍ତ୍ରୀ, ମୁଖ୍ୟ ଶାସନସଚିବ ତଥା ବରିଷ୍ଠ ଆଇନଜୀବି ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ଏପ୍ରିଲ ୧୩ ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ ହରିଶ ୭ମ ସ୍ଥାନରେ ଅଛନ୍ତି। ଏହାସହ ସେ କୋଲକାତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ପଦୋନ୍ନତି ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ।

ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Justice Harish Tandon takes oath as new Chief Justice | Argus News