Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

Odisha

ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ

ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ହରିଶ ଟଣ୍ଡନ। ଆଜି ସକାଳ ୧୦ ଟା ସମୟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ରାଜ୍ୟପାଳ ହରି ବାବୁ କମ୍ଭମପତି ହରିଶ ଟଣ୍ଡନଙ୍କୁ ଶପଥ ପାଠ କରାଇବେ। ଓଡ଼ିଶା ହାଇକୋର୍ଟର ପୁରୁଣା ବିଲ୍ଡିଂରେ ହେବ ଏହି ଶପଥ ଗ୍ରହଣ ଉତ୍ସବ। ସାମିଲ ହେବେ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନ ଓ ପୂର୍ବତନ ବିଚାରପତି । ତେବେ ଶପଥ ନେବା ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଜଷ୍ଟିସ ହରିଶ ଟଣ୍ଡନ।


ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ଯ୍ୟଭାର ସମ୍ଭାଳିବେ। ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ଏପ୍ରିଲ ୧୩ ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ ହରିଶ ୭ମ ସ୍ଥାନରେ ଅଛନ୍ତି। ଏହାସହ ସେ କୋଲକାତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ପଦୋନ୍ନତି ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ |

Sponsored
Justice Harish Tandon to take oath as new Chief Justice of Odisha High Court | Argus News