ଜ୍ୟୋତି ମାଲହୋତ୍ରା ଗିରଫ, ଓଡ଼ିଆ ୟୁଟ୍ୟୁବର୍ ପ୍ରିୟଙ୍କା କହିଲେ...

Key Points
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ
ସୋସିଆଲ ମିଡ଼ିଆ ଷ୍ଟୋରି ରେ ସ୍ପଷ୍ଟିକରଣ ରଖିଛନ୍ତି ପ୍ରିୟଙ୍କା
ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ଘଟଣା । ପୁରୀର ଝିଅ ତଥା ଓଡ଼ିଆ ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତିଙ୍କ କାଳିକାଦେବୀ ସାହି ସ୍ଥିତ ବାସଭବନରେ ପୋଲିସର ଖୋଳତାଡ଼ । ସିଟିଡି ଏସପିଙ୍କ ନେତୃତ୍ୱରେ ଟିମ୍ ଟିମ୍ ପହଞ୍ଚି ଯାଞ୍ଚ୍ କରୁଛି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି। ଘଟଣାକୁ ଗୁରୁତର ସହ ନିଆଯାଇଛି । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ପ୍ରିୟଙ୍କା ସେନାପତିଙ୍କୁ ଜେରା ଚାଲିଛି।
ପୁରୀର ଝିଅ ତଥା ଓଡ଼ିଆ ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତିଙ୍କ ବାପା ରାଜକିଶୋର ସେନାପତିଙ୍କ ଚାଞ୍ଚଲ୍ୟକର ବୟାନ । କହିଲେ, ପାକିସ୍ତାନ କରତାରପୁର ଯାଇଥିଲେ ପ୍ରିୟଙ୍କା । ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କାର ସମ୍ପର୍କ ନେଇ ରାଜକିଶୋର କହିଛନ୍ତି, ସୋସିଆଲ୍ ମିଡିଆ ମାଧ୍ୟମରେ ଝିଅର ବନ୍ଧୁତା ହୋଇଥିଲା । `ଜ୍ୟୋତି ସହ ପ୍ରିୟଙ୍କାର ବନ୍ଧୁତା 8/9 ମାସ ପୂର୍ବର । `ଜ୍ୟୋତି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଛି । ତଦନ୍ତରେ ସହଯୋଗ କରିବୁ ବୋଲି କହିଛନ୍ତି ପ୍ରିୟଙ୍କାର ବାପା । ଝିଅକୁ ଯାହା ବି ପଚରାଉଚରା କରିବେ, ପୂର୍ଣ୍ଣ ସହଯୋଗ କରିବୁ । ଜ୍ୟୋତି ପୁରୀ ବୁଲି ଆସିଥିବାବେଳେ ଝିଅ ସହ ଦେଖାହୋଇଥିଲା' ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା । ସାଙ୍ଗ ହିସାବରେ ଜ୍ୟୋତି ମାଲହୋତ୍ରାକୁ ବୁଲାଇଥିବ ଝିଅ ।
ସେପଟେ ନିଜ ସୋସିଆଲ ମିଡ଼ିଆ ଷ୍ଟୋରି ରେ ସ୍ପଷ୍ଟିକରଣ ରଖିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଲେଖିଛନ୍ତି , ଅନେକ ଲୋକ ମୋତେ ପ୍ରଥମେ ସ୍ପଷ୍ଟ କରିବାକୁ ମାଗୁଛନ୍ତି। ଜ୍ୟୋତି କେବଳ ମୋର ଜଣେ ବନ୍ଧୁ ଥିଲେ ଏବଂ ମୁଁ YouTube ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗରେ ଆସିଥିଲି। ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ତାହା ବିଷୟରେ ମୁଁ ଅଜ୍ଞ ଥିଲି। ଯଦି ମୁଁ ଜାଣିଥାନ୍ତି ଯେ ସେ ଶତ୍ରୁ ଦେଶ ପାଇଁ ଗୁପ୍ତଚର କରୁଛନ୍ତି, ତେବେ ମୁଁ ତାଙ୍କ ସହିତ ଯୋଗାଯୋଗ କରିନଥାନ୍ତି। କାଲି ଜ୍ୟୋତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ସେହିପରି ୨୦୧୫ ମସିହାରେ ଚାନ୍ଦିପୁର ପ୍ରତିରକ୍ଷା ପ୍ରତିଷ୍ଠାନ ବା DRDO ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଇଶ୍ବର ଚନ୍ଦ୍ର ବେହେରା ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ଘଟଣାରେ ଗିରଫ କରାଯାଇଥିଲା। ଏବେଵି ସେ ଜେଲରେ ରହିଛନ୍ତି। ୨୦୨୩ ମସିହାରେ ବାଲେଶ୍ବର ଚାନ୍ଦିପୁର ଠିକା ଶ୍ରମିକ ଫଟୋ ଗ୍ରାଫର ଭାବେ କାର୍ଯ୍ୟରତ ବସନ୍ତ ବେହେରା, ପ୍ରକାଶ ବେହେରା, ହେମନ୍ତ ମିସ୍ତ୍ରୀ ଓ ଶେକ୍ ମୁସାକ୍ ପାକିସ୍ତାନର ISI ଗୁଇନ୍ଦା ସଂସ୍ଥାକୁ ତଥ୍ୟ ପ୍ରଦାନ କରୁଥିବା ନେଇ ଗିରଫ କରାଯାଇଥିଲା।