ଏମିତି ବାଲେଶ୍ଵର ପୀଡିତାଙ୍କୁ ବଞ୍ଚାଇଥିଲେ ଜ୍ୟୋତିରଞ୍ଜନ , ଶୁଣନ୍ତୁ ତାଙ୍କ ମୁହଁରୁ...

Key Points
ନିଜ ଜୀବନ କଥା ଗୋଟେ କ୍ଷଣ ବି ଚିନ୍ତା ନକରି ସେ ଦୌଡି ଆସିଥିଲେ ପୀଡିତାଙ୍କୁ ଉଦ୍ଧାର କରିବା ପାଇଁ । ଆମେ ସମସ୍ତେ ନିଶ୍ଚିନ୍ତ ପୀଡିତାଙ୍କ ମୃତ୍ୟରେ ଭାଙ୍ଗି ପଡିଛନ୍ତି, ସମସ୍ତେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଏ ଭିତରେ ଯିଏ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ପୋଡି ହୋଇଗଲେ ତାଙ୍କୁ ଭୁଲି ଯାଇଛନ୍ତି ।
ସାରା ରାଜ୍ୟ ବାଲେଶ୍ଵର ପୀଡିତାଙ୍କୁ ନେଇ ଦୁଃଖରେ ମର୍ମାହତ । ସବୁରି ମୁହଁରେ ଚର୍ଚ୍ଚା, ନ୍ୟାୟ ପାଇବାକୁ ନିଆଁରେ ଜଳିବାର ରାସ୍ତା ବାଛିଥିଲେ ପୀଡିତା । ହେଲେ ତାଙ୍କୁ ବଞ୍ଚେଇବାକୁ ଯାଇ ଗୁରୁତର ଥିବା ସାନ ପିଲାଟିର ଦୁଃସାହସ ଲୋକଲୋଚନରୁ ଯେପରି ଦୂରେଇ ଯାଇଛି ।ସେ ଯେପରି ସମସ୍ତଙ୍କ ନଜରରୁ ଦୂରେଇ ଯାଇଛନ୍ତି ।
ନିଜ ଜୀବନ କଥା ଗୋଟେ କ୍ଷଣ ବି ଚିନ୍ତା ନକରି ସେ ଦୌଡି ଆସିଥିଲେ ପୀଡିତାଙ୍କୁ ଉଦ୍ଧାର କରିବା ପାଇଁ । ଆମେ ସମସ୍ତେ ନିଶ୍ଚିନ୍ତ ପୀଡିତାଙ୍କ ମୃତ୍ୟରେ ଭାଙ୍ଗି ପଡିଛନ୍ତି, ସମସ୍ତେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଏ ଭିତରେ ଯିଏ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ପୋଡି ହୋଇଗଲେ ତାଙ୍କୁ ଭୁଲି ଯାଇଛନ୍ତି । ସିସିଟିଭି ଫୁଟେଜରେ ଆମେ ଯେମିତି ଦେଖିଛନ୍ତି, କିଏ ତାଙ୍କୁ ଚାହିଁ, ରହିଥିଲେ, ତ କିଏ ତାଙ୍କର ଭିଡିଓ କରୁଥିଲେ, କିନ୍ତୁ କେହି ତାଙ୍କୁ ବଞ୍ଚାଇବାକୁ ପାଖକୁ ଆସୁନଥିଲେ । ହେଲେ ପ୍ରଥମ ବର୍ଷ ସେହି ଏଫଏମ କଲେଜରେ ନାମ ଲେଖାଇଥିବା ଏହି ଯୁବକ ଯିଏ ପୀଡିତା ନିଜକୁ ଜାଳି ଦେଉଥିବାର ଦେଖିବା ମାତ୍ରେ ନିଆଁକୁ ଆୟତ୍ତ କରି ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ଆଉ ତାଙ୍କୁ ବଞ୍ଚାଉ ବଞ୍ଚାଉ ନିଜେ ମଧ୍ୟ କିଛିକାଂଶରେ ଜଳି ଯାଇଥିଲେ ।
ଫକୀରମୋହନ କଲେଜର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବିଶ୍ଵାଳ । ସେ ଏବେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେ ଏସ୍ସିବି ବର୍ଣ୍ଣ ୟୁନିଟ୍ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି । ସେଦିନ କେମିତି ବଞ୍ଚାଇଥିଲେ ସେ ବାଲେଶ୍ଵର ପୀଡିତାଙ୍କୁ ଶୁଣନ୍ତୁ ତାଙ୍କ ମୁହଁରୁ...
ଜ୍ୟୋତିପ୍ରକାଶଙ୍କର ଶରୀର ୧୫ ପ୍ରତିଶତ ପୋଡି ଯାଇଛି । ତଥାପି ସମସ୍ତଙ୍କ ନଜରରୁ ହଟିଯିବା, କାହାର ଦୃଷ୍ଟି ନପଡିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଆମେ ସମସ୍ତେ ବାଲେଶ୍ଵର ପୀଡିତାଙ୍କ ନ୍ୟାୟ ପାଇଁ ଆଗକୁ ଆସୁଛନ୍ତି, ଲଢେଇ କରୁଛନ୍ତି, ସମବେଦନା ଜଣାଉଛନ୍ତି , କିନ୍ତୁ ଏ ଭିତରେ ଜ୍ୟୋତିପ୍ରକାଶଙ୍କୁ ସମସ୍ତେ ଭୁଲିଯାଇଛନ୍ତି ।
ବାଲେଶ୍ବର ପୀଡିତା ଜଣକ ପୋଡି ହୋଇ ଯାଉଥିବା ବେଳେ ଗୋଟେ କ୍ଷଣ ବି ଚିନ୍ତା ନକରି ନିଜ , ସାର୍ଟ ଖୋଲି ତାଙ୍କୁ ବଞ୍ଚାଇବା ପାଇଁ ଆଗେଇ ଯାଇଥିଲେ । ନିଜେ ପୋଡି ହୋଇ ମଧ୍ୟ ପୀଡିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାରେ ନିଜେ ପୋଡି ହୋଇଯିବା ବେଳେ ତାଙ୍କର ଜଣେ ମାମୁଁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ସେ କହିଛନ୍ତି । ବର୍ତ୍ତମାନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସେପଟେ ପୀଡିତାଙ୍କ ମୃତ୍ୟୁପରେ ନ୍ୟାୟ ପାଇଁ ବିକ୍ଷୋଭ ଜୋରଦାର ତେଜିଛି । ଅଧ୍ୟାପକଙ୍କ ବିରୋଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାପାଇଁ ବିଭିନ୍ନ ମାହୋଲରୁ ଦାବି କରାଯାଇଛି ।